ହାତୀ ଦାନ୍ତ ଜବତ କରି ଫେରିବାବେଳେ ବନ କର୍ମଚାରୀଙ୍କ ଗାଡିକୁ ଗୁଳିମାଡ, ୫ ଅଟକ
ମୁନିଗୁଡା : ରାୟଗଡାରେ ମାତିଛନ୍ତି ହାତୀ ଦାନ୍ତ ମାଫିଆ। ପାତ୍ରଗୁଡା ନିକଟରୁ ହାତୀ ଦାନ୍ତ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖିଛି ବନ ବିଭାଗ। ସୂଚନା ମୁତାବକ ଆଜି ବନ ବିଭାଗ ଟିମ୍ ପାତ୍ରଗୁଡା ନିକଟରୁ ହାତୀ ଦାନ୍ତ ଜବତ କରିବାକୁ ଯାଇଥିଲା। ସେଠାରେ ଏସଟିଏଫ୍ ସହାୟତାରେ ହାତୀ ଦାନ୍ତ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା। କିନ୍ତୁ ହାତୀ ଦାନ୍ତ ଜବତ କରି ଫେରିବା ସମୟରେ କିଛି ଦୁର୍ବୃତ୍ତ ବନ ବିଭାଗ ର ଗାଡି ଉପରକୁ ୪ ରାଉଣ୍ଡ ଗୁଳିମାଡ କରିଥିଲେ। ଫଳରେ ଗାଡିର କାଚ ଭାଙ୍ଗି ରୁଜି ଚୁରମାର୍ ହୋଇଯାଇଛି। କୌଣସି ବନ କର୍ମଚାରୀ ଆହତ ହୋଇନଥିବା ସୂଚନା ମିଳିଛି।
Comments are closed.