www.samajalive.in
Monday, December 8, 2025
16.1 C
Bhubaneswar

ନୂଆବର୍ଷ ୨୦୨୫ରେ ଗଜକେସରୀ ଯୋଗ; ସୁନାଭଳି ଚମକିବ ଏହି ୪ ରାଶିଙ୍କ ଭାଗ୍ୟ..

କିଛି ଦିନରେ ନୂଆବର୍ଷ ୨୦୨୫ ଆରମ୍ଭ ହେବ । ସଭିଏଁ ଇଚ୍ଛା କରନ୍ତି ନୂଆବର୍ଷ ସେମାନଙ୍କ ପାଇଁ ହସଖୁସି ଓ ସୁଖସମୃଦ୍ଧି ଆଣୁ । ନୂଆବର୍ଷ ୨୦୨୫ର ଆରମ୍ଭରେ ମିଥୁନ ରାଶିରେ ଚନ୍ଦ୍ରମା-ଗୁରୁ ଏକାଠି ହେବାକୁ ଯାଉଛନ୍ତି । ଫଳରେ ଗଜକେସରୀ ଯୋଗ ସୃଷ୍ଟି ହେବ । ଚନ୍ଦ୍ରମା ଓ ଗୁରୁ ଏକାଠି ହେବା ଦ୍ୱାରା ଗଜକେସରୀ ଯୋଗ ସୃଷ୍ଟି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଯୋଗକୁ ଖୁବ୍‌ ଖାସ୍‌ ବୋଲି କୁହାଯାଏ । ୨୦୨୫ରେ ଏହି ଯୋଗ ମିଥୁନ ରାଶିରେ ହେବାକୁ ଯାଉଛି । ଚନ୍ଦ୍ରମା-ଗୁରୁ ଏକାଠି ହେବାର ଅନେକ ମହତ୍ତ୍ୱ ରହିଛି ।

ମିଥୁନ – ଗଜକେସରୀ ଯୋଗ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ୍‌ ଶୁଭ । ଏହି ସମୟରେ ମନପସନ୍ଦ ଅନୁଯାୟୀ ସଫଳତା ମିଳିବ । କର୍ମକ୍ଷେତ୍ରରେ ଉନ୍ନତି, ଆର୍ଥିକ ସ୍ଥିତି ମଜଭୁତ ହେବା ସହ ଜୀବନରେ ଖୁସିର ଆଗମନ ହେବ । ହସଖୁସିରେ ଦିନ କଟିବ ।

୨୦୨୫ରେ ଏହି ରାଶିଙ୍କ ଭୂମି, ଯାନ, ଘର କିଣିବାର ସ୍ୱପ୍ନ ହେବ ପୂରଣ : ଶୁକ୍ର କରିବେ ଭାଗ୍ୟଶାଳୀ..

- Advertisement -

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ନୂଆ ନୂଆ ସୁଯୋଗ ମିଳିବ । ପରିଶ୍ରମ କରି ସଫଳତା ହାସଲ କରିବେ । ସମ୍ପର୍କ ମଜଭୁତ ହେବା ସହ ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ ।

ଧନୁ- ଏହି ରାଶିଙ୍କ ପାଇଁ ନୂଆବର୍ଷ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ବ୍ୟବସାୟରେ ଉନ୍ନତି ହେବ । ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢିବ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ।

ମୀନ – ଏହି ରାଶି ବ୍ୟକ୍ତି ବିଶେଷଙ୍କ କର୍ମକ୍ଷେତ୍ରରେ ଉନ୍ନତି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories