ନୂଆବର୍ଷ ୨୦୨୫ରେ ଅଦ୍ଭୁତ ସଂଯୋଗ ; ଏକାଠି ହେବ ଶୁକ୍ର-ରାହୁ, ଏହି ରାଶି ହେବେ ମାଲାମାଲ୍, ଭାଗ୍ୟଶାଳୀ..
ନୂଆବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି । ଏହି ନୂଆବର୍ଷରେ ଅନେକ ଗ୍ରହ ଚଳନ କରିବେ । କିଛି ଗ୍ରହ ଏକାଠି ହେବା ଦ୍ୱାରା ଅନେକ ଦୁର୍ଲ୍ଲଭ ଯୋଗ ମଧ୍ୟ ସୃଷ୍ଟି ହେବ । ନୂଆବର୍ଷ ୨୦୨୫ରେ ରାହୁ-ଶୁକ୍ର ମୀନ ରାଶିରେ ଏକାଠି ହେବାକୁ ଯାଉଛନ୍ତି । ଏହା ଖୁବ୍ ଖାସ୍ ବୋଲି କୁହାଯାଏ । ରାହୁ-ଶୁକ୍ର ଏକାଠି ହେବା ଦ୍ୱାରା ଅନେକ ରାଶି ଉପରେ ସକରାତ୍ମକ ପ୍ରଭାବ ସହ ଭାଗ୍ୟଶାଳୀ କରିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ସୁଖ-ସମୃଦ୍ଧି, ସୁନ୍ଦରତା ଓ ରାହୁଙ୍କୁ ଛାୟା ଗ୍ରହ ବୋଲି କୁହାଯାଏ । ଏହି ୨ ଗ୍ରହ ଏକାଠି ହେବା ଦ୍ୱାରା ଜୀବନରେ ହସଖୁସି, ଉନ୍ନତି, ଧନ ବୃଦ୍ଧି ହୋଇଥାଏ । ଜାଣନ୍ତୁ ବର୍ଷ ୨୦୨୫ରେ ଶୁକ୍ର ଓ ରାହୁ ଏକାଠି ହେବା ଦ୍ୱାରା କେଉଁ ରାଶିଙ୍କର ଧନ ଲାଭ ସହ ଉନ୍ନତିର ମାର୍ଗ ଖୋଲିବ..
ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କର କର୍ମକ୍ଷେତ୍ର ଓ ଆର୍ଥିକ ସ୍ଥିତି ମଜଭୁତ ହେବ । ଅନେକ ନୂଆ କାମ ମିଳିବ । ସମ୍ପର୍କରେ ମଧୁରତା ରହିବ ।
କର୍କଟ – ଆର୍ଥିକ ଲାଭ ମିଳିବ । ବ୍ୟବସାୟୀଙ୍କ ପାଇଁ ନୂଆ ନୂଆ ସୁଯୋଗ ମିଳିବ । ଲାଭ ହେବ । ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ।
କର୍କଟ – ଆର୍ଥିକ ଲାଭ ମିଳିବ । ବ୍ୟବସାୟୀଙ୍କ ପାଇଁ ନୂଆ ନୂଆ ସୁଯୋଗ ମିଳିବ । ଲାଭ ହେବ । ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ।
ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ସହ ଉତ୍ତମ ସମୟ କଟିବ । କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ ।
ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କର ଲକ୍ଷ୍ୟ ପ୍ରାପ୍ତି ହେବ । ପଦନ୍ନୋତିର ଯୋଗ ରହିଛି । ଟଙ୍କା ନିବେଶ କରି ଲାଭବାନ୍ ହେବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ସମ୍ପର୍କ ମଜଭୁତ ହେବ ।
ମୀନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ କ୍ଷେତ୍ରରେ ଲାଭ ମିଳିବ । ଉନ୍ନତିର ମାର୍ଗ ଖୋଲିବ । ଉନ୍ନତି ସହ ଆର୍ଥିକ ସ୍ଥିତି ମଜଭୁତ ହେବ ।
https://samajalive.in/kitchen-vastu-tips-4/619946.html
Comments are closed.