www.samajalive.in
Friday, December 5, 2025
26.1 C
Bhubaneswar

ପାରାଦୀପ ପିପିଏଲ୍ ପ୍ଲାଣ୍ଟ ଆଗରେ ଠିକା ଶ୍ରମିକଙ୍କ ଧାରଣା

ପାରାଦୀପ : ପାରାଦୀପ ପିପିଏଲ୍‌ ମୁଖ୍ୟ ଫାଟକ ଅବରୋଧ କରି ଧାରଣାରେ ବସିଛନ୍ତି ୩୦୦ରୁ ଅଧିକ ଠିକା ଶ୍ରମିକ। ୧୨ ଦିନ ହେଲାଣି କମ୍ପାନୀ ମେକାନିକାଲ ଓ୍ବାକର୍ସ ମାନଙ୍କର ଗେଟ୍ ପାସ୍ ବନ୍ଦ କରିଥିବା ଅଭିଯୋଗ ହୋଇଛି। ଆନ୍ଦୋଳନ ଯୋଗୁଁ ଆଜି ଗାଡି ମୋଟର ଅଟକି ରହିଛି। ଶ୍ରମିକ ମାନଙ୍କ କାମ ବନ୍ଦ କରାଯାଇଥିବାରୁ ପରିବାର ଚଳାଇବାରେ ବହୁ ସମସ୍ୟା ଉପୁଜୁଥିବା ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ବେଆଇନ ଭାବେ ଛଟେଇ କରାଯାଇଛି। ତେଣୁ  ତୁରନ୍ତ ସେମାନଙ୍କୁ କାମ ଦେବାକୁ ଦାବି କରିଛନ୍ତି। ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ମିଳିଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories