www.samajalive.in
Thursday, December 11, 2025
15.1 C
Bhubaneswar

ପବିତ୍ର ଧନୁ ସଂକ୍ରାନ୍ତି : ମହାପ୍ରଭୁଙ୍କୁ ଲାଗି ହେବ ବିରି ଓ ଗହମରେ ପ୍ରସ୍ତୁତ ଭୋଗ

ପୁରୀ: ଆଜି ପବିତ୍ର ଧନୁ ସଂକ୍ରାନ୍ତି। ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ନୀତି ଆରମ୍ଭ ହୋଇଛି। ଏଥିଲାଗି ଆଜି ରାତ୍ର ୨ଟା ୧୫ରୁ  ଦ୍ଵାର ଫିଟା ଯାଇଛି। ୩ଟାରେ ଠାକୁରଙ୍କର ମଙ୍ଗଳ ଆରତି, ରୋଷ ହୋମ, ୩ଟା ୪୫ ରେ ମଇଲମ-ତଡପଲାଗି, ୪ଟାରେ ଅବକାଶ, ୪ଟା ୪୫ରେ ସୂର୍ଯ୍ୟ ପୂଜା  ଏବଂ ୫ଟାରେ ଦ୍ଵାର ପାଳ ପୂଜା ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କୁ ସ୍ଵତନ୍ତ୍ର ଚୁଲିରେ ପ୍ରସ୍ତୁତ ପହିଲି ଭୋଗ ଲାଗି ସହ ଗୋପାଳବଲ୍ଲଭ ପୂଜା ଅନୁଷ୍ଠିତ ହୋଇଛି। ଅପରାହ୍ନରେ ଦିବା ପହୁଡ ନୀତି ଅନୁଷ୍ଠିତ ହେବ। ଦୀର୍ଘ ଏକମାସ ଧରି ଅନୁଷ୍ଠିତ ହେବାକୁ ଥିବା ପହିଲି ଭୋଗରେ ବିରି, ଗହମ ଚୂନାରେ ଘୃତ ପାଗ ହୋଇଥିବା ପିଠା ଓ ଧନୁ ମୂଆଁ ମହାପ୍ରଭୁଙ୍କ ପାଖରେ ଲାଗି ହେବ। କଥିତ ଅଛି ମା ମହାଲକ୍ଷ୍ମୀ ଧନୁ ସଂକ୍ରାନ୍ତି ଠାରୁ ଦୀର୍ଘ ଏକମାସ ଧରି ନିଜ ପିତ୍ରାଳୟକୁ ଯାଇଥାନ୍ତି ।  ତେଣୁ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା ଯଶୋଦା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories