www.samajalive.in
Wednesday, December 10, 2025
26.1 C
Bhubaneswar

ଏହି ରାଶି ଲୋକଙ୍କର ଆୟ ବଢ଼ିବ, ଖର୍ଚ୍ଚ ମଧ୍ୟ ବଢ଼ିବ

ମେଷ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ନିଜର ଜ୍ଞାନାଲୋକରେ ପରିବାରର ଚଲାପଥକୁ ଉଜ୍ଜ୍ବଳମୟ କରିପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ। ଯଶସ୍ବୀ ଓ ଦୟାଳୁ ସ୍ବଭାବର ହେବେ। ଆର୍ଥିକ ସ୍ଥିତି ଦୃଢ଼ ହେବ।
ବୃଷ: ପୁଣ୍ୟକର୍ମା ବ୍ୟକ୍ତିଭାବେ ନିଜର ଭାଗ୍ୟ ନିୟନ୍ତା ନିଜେ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ସାମୟିକଭାବେ ଭୋଗୀ ଓ ବିଳାସୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ।
ମିଥୁନ: ଈର୍ଷାପରାୟଣ ହୋଇପାରନ୍ତି। କଥାବାର୍ତ୍ତାରେ ବାଚାଳତା ପ୍ରକାଶ ପାଇପାରେ। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭପ୍ରଦ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। କର୍କଟ:ବ୍ୟବସାୟ ଲାଭଜନକ ହେବ। ସମାଜସେବୀଭାବେ ଉଚ୍ଚ ସମ୍ମାନ ଲାଭ କରିବେ। ରୁଗ୍‌ଣ ଓ ଦୀନ ଦରିଦ୍ରଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ପାରିବାରିକ ସ୍ନେହ ମିଳିବ। ଯଶସ୍ବୀ ହେବେ।
ସିଂହ: ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁନାଶ କରିପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

କନ୍ୟା:କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ।
ତୁଳା: ଉଦାରଚେତା ହୋଇପାରନ୍ତି। ଦାନଧର୍ମରେ ଦୀକ୍ଷିତ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳଯାତ୍ରାରେ ବିପଦ ଅଛି। ବୁଦ୍ଧିମାନ୍‌ ହେବେ।

- Advertisement -

ବିଛା: ଦୃଢ଼ ଆତ୍ମବିଶ୍ବାସୀ ହେବେ। ମନ ପ୍ରସନ୍ନ ରହିବ। ପ୍ରେମୀ ଓ ସାହସୀ ହେବେ। ବ୍ୟବହାର ମାର୍ଜିତ ହେବେ। ଭାଷା ପ୍ରେମପୂର୍ଣ୍ଣ ହେବ। ସାହସୀ ଓ ପ୍ରେମୀ ହେବେ। ସାନଭାଇଙ୍କଠାରୁ ଆଦର, ସମ୍ମାନ ପ୍ରାପ୍ତ କରିବେ।
ଧନୁ: ଭାଗ୍ୟଶାଳୀ ହୋଇପାରନ୍ତି। ପରଦେଶବାସୀ, ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ର ସୁଖ ମିଳିବ। ଧନାଗମ ହେବ।
ମକର: ସୁଖ, ଶାନ୍ତି, ସନ୍ତୋଷ ରୂପକ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଧନସମ୍ପଦ ଭରପୂର ରହିବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ।

କୁମ୍ଭ:ଏକାନ୍ତ, ମୌନାବତାର ସାଧନା ଫଳବତୀ ହେବ। କର୍ମଚଞ୍ଚଳ ରହିବେ। ମଧୁର କଥାରେ ଶତ୍ରୁକୁ ମିତ୍ର କରିପାରନ୍ତି। ସାହସୀ ଓ ଜ୍ଞାନୀ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ।
ମୀନ: ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରୁ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ହେବେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories