www.samajalive.in
Tuesday, December 9, 2025
15.1 C
Bhubaneswar

ସମ୍ଭଲର ମୁସଲମାନ ବହୁଳ ଅଞ୍ଚଳରୁ ଠାବ ହନୁମାନ ମନ୍ଦିରରେ ହେଲା ଆଳତି, ୪୬ ବର୍ଷ ଧରି କବଜାରେ ଥିଲା

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ସମ୍ଭଲ ଅନ୍ତର୍ଗତ ମୁସଲମାନ ବହୁଳ ଦୀପା ନଗର ଅଞ୍ଚଳରେ ଠାବ ହୋଇଥିବା ହନୁମାନ ମନ୍ଦିରରେ ଆଳତି ଆରମ୍ଭ ହୋଇଛି। ପ୍ରଶାସନ ପକୃତ ଢାଞ୍ଚାକୁ ପୁନଃସ୍ଥାପନା କରିବା ଲାଗି ମଧ୍ୟ ଉଦ୍ୟମ କରାଯାଉଛି। ଗତ ଶନିବାର ପୁଲିସ, ପ୍ରଶାସନ ଏବଂ ବିଦ୍ୟୁତ ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ବିଦ୍ୟୁତ ଚୋରି ରୋକିବାକୁ ଚଢ଼ାଉ ସମୟରେ ମନ୍ଦିର ଠାବ ହୋଇଥିଲା। ମନ୍ଦିରରେ ୪୬ ବର୍ଷ ଧରି ତାଲା ପକାଇ ବନ୍ଦ କରିଦିଆଯାଇଥିଲା। ଅନ୍ୟ ଅଂଶକୁ ବାସଭବନରେ ପରିଣତ କରିଦିଆଯାଇଥିଲା। ବିଦ୍ୟୁତ ଚୋରି ରୋକିବା ଲାଗି ଚଢ଼ାଉ ସମୟରେ ତାଲା ପଡ଼ିଥିବା ଘରକୁ ପ୍ରଶାସନ ଖୋଲିବାରୁ ତାହା ଭିତରେ ହନୁମାନଙ୍କ ପ୍ରତିମା, ଶିବ ଲିଙ୍ଗ ରହିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ପ୍ରଶାସନ ପକ୍ଷରୁ ମନ୍ଦିରକୁ ସଫାସୁତରା କରାଯାଇଥିଲା।

ଏହା ପରଦିନଠାରୁ ସେଠାରେ ଆରତି କରାଯାଉଛି। ଜବରଦଖଲକୁ ଉଚ୍ଛେଦ କରାଯାଇ ମନ୍ଦିରର ମୂଳ ଢାଞ୍ଚାକୁ ପୁନର୍ବାର ସ୍ଥାପନ କରାଯିବ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି। ଏହା ସହିତ ମନ୍ଦିର କବଜା କରିଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ମନ୍ଦିରରେ ନିୟମିତ ପୂଜାର୍ଚ୍ଚନା କରିବା ଲାଗି ଜଣେ ବ୍ରାହ୍ମଣଙ୍କୁ ନିଯୁକ୍ତ କରାଯିବ ବୋଲି କୁହାଯାଇଛି।

- Advertisement -

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories