www.samajalive.in
Monday, December 8, 2025
20.1 C
Bhubaneswar

‘ଗାନ୍ଧୀ ପରିବାର ମୋ କ୍ୟାରିୟର ଗଢିଛି ଓ ଭାଙ୍ଗିଛି’

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ସହିତ ଗତ ୧୦ବର୍ଷ ହେଲା ଲାଗି ରହିଥିବା ନିଜର ତିକ୍ତ ସମ୍ପର୍କ ବିଷୟରେ କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର। ରବିବାର ମଣିଶଙ୍କର କହିଛନ୍ତି ଯେ ଗାନ୍ଧୀ ପରିବାର ମୋ ରାଜନୈତିକ କ୍ୟାରିୟର ଗଢିଛି ଓ ଭାଙ୍ଗିଛି ଦେଇଛି। ଗତ ୧୦ବର୍ଷ ମଧ୍ୟରେ ମୁଁ ଥରଟିଏ ହେଲେ ସୋନିଆ ଗାନ୍ଧୀଙ୍କୁ ଭେଟିବାର ସୁଯୋଗ ପାଇନି। ୧୦ବର୍ଷ ମଧ୍ୟରେ ଥରେ ମାତ୍ର ରାହୁଲ ଗାନ୍ଧୀଙ୍କୁ ଭେଟିବାର ସୁଯୋଗ ପାଇଛି। ସେହିପରି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହିତ ଥରଟିଏ ଫୋନରେ କଥା ହୋଇଛି। ଏକଦା ଦଳରୁ ନିଲମ୍ବନ ହୋଇଥିବା କାରଣରୁ ତାଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାର ସୁଯୋଗ ଦିଆଯାଇ ନ ଥିଲା। ରାହୁଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ଲାଗି ପ୍ରିୟଙ୍କାଙ୍କୁ ଯୋଗାଯୋଗ କରିବାକୁ ତାଙ୍କୁ କୁହାଯାଇଥିଲା। ଏ ସମ୍ପର୍କରେ ପ୍ରିୟଙ୍କାଙ୍କୁ ଯୋଗାଯୋଗ କରିବାରୁ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ପରେ ସେ ରାହୁଲଙ୍କ ପାଖକୁ ଏକ ଚିଠି ଲେଖିଥିଲେ। ମାତ୍ର ଏହାର କୌଣସି ଉତ୍ତର ଦିଆଯାଇ ନ ଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories