www.samajalive.in
Tuesday, December 9, 2025
16.1 C
Bhubaneswar

ଟ୍ରେନ୍‌ ଡ୍ରାଇଭରଙ୍କ ତତ୍ପରତା, ବର୍ତ୍ତିଲେ ୮ ସିଂହ

ଭାବନଗର: ଗୁଜରାଟର ଭାବନଗର ଜିଲାରେ ଟ୍ରେନ୍‌ ଡ୍ରାଇଭରଙ୍କ ତତ୍ପରତା ଯୋଗୁଁ ୮ଟି ସିଂହ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଶନିବାର ପଲେ ସିଂହ ଏହି ଜିଲା ଦେଇ ଯାଇଥିବା ରେଳଧାରଣା ଉପରେ ବୁଲୁଥିଲେ। ଏହି ସମୟରେ ହାପାରୁ ପିପାଭାବ୍‌ ଯାଉଥିବା ଏକ ମାଲଗାଡି ଡ୍ରାଇଭର ସିଂହଗୁଡିକୁ ଟ୍ରାକ୍‌ ଉପରେ ବୁଲୁଥିବା ଦେଖି ଜରୁରୀକାଳୀନ ବ୍ରେକ ପ୍ରୟୋଗ କରିଥିଲେ। ଫଳରେ ଦୁର୍ଘଟଣାରୁ ସିଂହମାନେ ବର୍ତ୍ତି ଯାଇଥିଲେ। ସିଂହମାନେ ଟ୍ରାକ୍‌ରୁ ବାହାରକୁ ଯିବାପରେ ଟ୍ରେନ୍‌ଟି ପୁଣି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରାରମ୍ଭ କରିଥିଲେ। ଶୁକ୍ରବାର ଛଲାଲା-ଧାରି ସେକ୍ସନ ଦେଇ ଏକ ପାସେଞ୍ଜର ଟ୍ରେନ ଯାଉଥିବାବେଳେ ଟ୍ରାକ୍‌ ଉପରେ ଦୁଇ ଶାବକଙ୍କ ସହ ଏକ ସିଂହୀ ବସିଥିବା ଡ୍ରାଇଭର ଲକ୍ଷ୍ୟ କରିଥିଲେ। ତୁରନ୍ତ ବ୍ରେକ ପ୍ରୟୋଗ କରି ଟ୍ରେନକୁ ଅଟକାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories