www.samajalive.in
Tuesday, December 9, 2025
16.1 C
Bhubaneswar

ଫିଲିପାଇନ୍ସରେ ଆଗ୍ନେୟଗିରି ସକ୍ରିୟ, ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ

ଡେସ୍କ: ଫିଲିପାଇନ୍ସ ମାଉଣ୍ଟ କାନଲାଓନ ଆଗ୍ନେୟଗିରି ଚାରିପାଖରେ ଥିବା ୬ କିଲୋମିଟର ବିପଦ ପୂର୍ଣ୍ଣ ଅଞ୍ଚଳରେ ଥିବା ଲୋକଙ୍କୁ ଆଜି ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ଶେଷ କରିବାକୁ ସେଠାକାର ସରକାର ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମ ଭିସାୟାସରେ ବେସାମରିକ ପ୍ରତିରକ୍ଷା କାର୍ଯ୍ୟାଳୟର ନିର୍ଦ୍ଦେଶକ ରାଉଲ ଫର୍ଣ୍ଣାଣ୍ଡିଜ୍ ଏହି ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ଶ୍ରୀ ଫର୍ଣ୍ଣାଣ୍ଡିଜ୍ ସୂଚନା ଦେଇଛନ୍ତି ଯେ, ବିପର୍ଯ୍ୟୟ ପରିସ୍ଥିତିରେ ଜୀବନ ବଞ୍ଚାଇବା ପାଇଁ ସରକାର ଏକ ବ୍ୟାପକ ସ୍ଥାନାନ୍ତର ରଣନୀତି କାର୍ଯ୍ୟକାରୀ କରିଛନ୍ତି। ଆଗ୍ନେୟଗିରି ଆଖପାଖ ଗାଁରୁ ୪୫ ହଜାରରୁ ଅଧିକ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଡିସେମ୍ବର ୯ ତାରିଖରେ ଫିଲିପାଇନ୍ସର ନେଗ୍ରୋସ ଦ୍ୱୀପରେ ଥିବା କାନଲାଓନ ଆଗ୍ନେୟଗିରିରେ ଅଗ୍ନି ଉଦଗୀରଣ ଆରମ୍ଭ ହୋଇଥିଲା। ଏହା ଯୋଗୁ ୪ ହଜାର ମିଟର ଉଚ୍ଚ ପର୍ଯ୍ୟନ୍ତ ଧୂଆଁର ବଳୟ ସୃଷ୍ଟି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories