www.samajalive.in
Friday, December 12, 2025
19.1 C
Bhubaneswar

ରାୟଗଡ଼ାରୁ ୨ କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ରାୟଗଡ଼ା: ରାୟଗଡ଼ାର ଏକ ଲଜରେ ବାଘଛାଲ ଡିଲ ଚାଲିଥିବା ବେଳେ ମାଡି ବସିଲା ରାଜ୍ଯ ଭିଜିଲାନ୍ସ ଟିମ ଓ ରାୟଗଡା ବନ ବିଭାଗ। ରାୟଗଡ଼ାରୁ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଆଜି କଟକ ବନ ବିଭାଗର ଭିଜିଲାନ୍ସ ଅଧିକାରୀ ରଜନୀ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ ଓ ରାୟଗଡ଼ା ବନ ବିଭାଗର ୬ ଜଣିଆ ଟିମ ମିଳିତ ଭାବେ ରାୟଗଡ଼ାର ସତ୍ୟମ ସୁନ୍ଦରମ ଲଡ୍‌ଜରେ ଚଢ଼ଉ କରି ଏହି ସଫଳତା ପାଇଛନ୍ତି ।

ଏଥିରେ ସଂପୃକ୍ତ ଥିବା ରାୟଗଡା ବ୍ଲକ ଜେମାଦେଇପେଣ୍ଠ ନିକଟସ୍ଥ ପ୍ରେମନଗର ରେଡି କୈାଶଲ୍ୟା ନାମକ ଜଣେ ବ୍ଯକ୍ତିଙ୍କୁ ଗିରଫ କରି ପଚରା ଉଚରା ଚାଲିଛି । ଜବତ ବାଘ ଛାଲ ଦୁଇଟି କଲରାପତରିଆ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବାଘ ଛାଲ ୨ଟି ଅଜଣା ବ୍ୟକ୍ତିମାନେ ତା ହାତରେ ଦେଇ କେଉଁଆଡେ ଚାଲି ଯାଇଥିବା ରେଡି କୈାଶଲ୍ୟା ତଦନ୍ତକାରୀ ଟିମ ଆଗରେ କହିଛି । ଏହାକୁ ବିଶ୍ବାସ କରୁନି ବନ ବିଭାଗ । ଏହା ପଛରେ ଏକ ବଡ ରାକେଟ କାମ କରୁଥିବା ସଂଦେହ କରୁଛି ତଦନ୍ତକାରୀ ଟିମ । ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି , କେଉଁଠୁ ଏହି ବାଘ ଛାଲ ଆସିଲା, କୁଆଡେ ବାଘ ଛାଲ ଚୋରା ଚାଲାଣ ହେଉଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଏସିଏଫ ଅଶୋକ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories