www.samajalive.in
Tuesday, December 9, 2025
26.1 C
Bhubaneswar

‘ଇଭିଏମ୍‌କୁ ଦୋଷଦେବା ଅପେକ୍ଷା କଂଗ୍ରେସ ନିର୍ବାଚନ ନ ଲଢୁ’

ଶ୍ରୀନଗର: ଇଲେକ୍‌ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ୍‌) ପ୍ରସଙ୍ଗରେ କଂଗ୍ରେସର ମନୋଭାବକୁ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସମାଲୋଚନା କରିଛନ୍ତି। ନିର୍ବାଚନରେ ପରାଜୟ ବରଣ କରିବା ପରେ କଂଗ୍ରେସ ସହିତ ବିରୋଧୀ ‘ଇଣ୍ଡି’ ମେଣ୍ଟ ଅନେକ ସମୟରେ ଇଭିଏମ୍‌କୁ ଦୋଷାରୋପ କରୁଛନ୍ତି। ଓମାରଙ୍କ ନ୍ୟାସନାଲ କନଫରେନ୍ସ (ଏନସି) ଇଣ୍ଡି ମେଣ୍ଟର ଅଂଶୀଦାର। ଏହା ସତ୍ତ୍ବେ ଇଭିଏମ୍‌ ପ୍ରସଙ୍ଗରେ ଓମାର ବିଜେପିର ପକ୍ଷ ନେବା ପୂର୍ବକ କଂଗ୍ରେସ ଓ ଇଣ୍ଡି ମେଣ୍ଟକୁ ସମାଲୋଚନା କରିଛନ୍ତି। ଓମାର କହିଛନ୍ତି ଯେ ଇଭିଏମ୍‌ରେ ଭୋଟ ଗ୍ରହଣକୁ କଂଗ୍ରେସ ତ୍ରୁଟିପୂର୍ଣ୍ଣ ବୋଲି ଅଭିଯୋଗ କରୁଛି। ଇଭିଏମ୍ ପ୍ରସଙ୍ଗରେ କଂଗ୍ରେସ ତାର ଏହି ଆଭିମୁଖ୍ୟକୁ ସ୍ଥିର ରଖିବା ଦରକାର। ଇଭିଏମ୍‌ରେ ଭୋଟ ଗ୍ରହଣ ହୋଇ ଯେଉଁ ନିର୍ବାଚନରେ କଂଗ୍ରେସ ଯଦି ବିଜୟ ଲାଭ କରୁଛି ସେତେବେଳେ ତାକୁ ଦଳର ପରାକ୍ରମ ବୋଲି କହି ବାହାଦୁରି ମାରୁଛି। ମାତ୍ର କୌଣସି ନିର୍ବାଚନରେ ଯଦି ଦଳ ପରାଜୟ ବରଣ କରୁଛି ତେବେ କଂଗ୍ରେସ ଏହାକୁ ଇଭିଏମ୍‌ର ଦୋଷ କହୁଛି। କଂଗ୍ରେସର ଏପରି ଆଭିମୁଖ୍ୟ ଗ୍ରହଣୀୟ ନୁହେଁ। ଏପରି ସ୍ଥଳେ କଂଗ୍ରେସ ନିର୍ବାଚନ ନ ଲଢ଼ିବା ଭଲ ବୋଲି ସେ କହିଛନ୍ତି। ଲୋକସଭା ନିର୍ବାଚନରେ ଦଳ ୧୦୦ ଆସନରେ ବିଜୟୀ ହେବା ପରେ ଏହାକୁ ଦଳର ସଫଳତା ବୋଲି କହି ବୁଲିଲା। ମାତ୍ର ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନରେ ଦଳ ପରାଜୟ ବରଣ କରିବା ପରେ ଇଭିଏମ୍‌କୁ ଦାୟୀ କରୁଛି। କେବଳ କଂଗ୍ରେସ ନୁହେଁ ପ୍ରତ୍ୟେକ ରାଜନୈତିକ ଦଳ ଇଭିଏମ୍‌ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ଥିର ରଖିବା ଦରକାର। କେବଳ ଇଭିଏମ୍‌ ପ୍ରସଙ୍ଗ ନୁହେଁ ଇଣ୍ଡି ମେଣ୍ଟର ନେତୃତ୍ବ ପ୍ରସଙ୍ଗରେ ମଧ୍ୟ ଓମାର କଂଗ୍ରେସକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ମେଣ୍ଟର ନେତା ଭାବେ କଂଗ୍ରେସ ଯାହା କରିବା କଥା ତାହା କରୁ ନାହିଁ।
ଇଣ୍ଡି ମେଣ୍ଟର ଅଂଶୀଦାର ଦଳ ହୋଇ ଏପରି ମନ୍ତବ୍ୟ ଦେବା କେତେଦୂର ଠିକ୍ ବୋଲି ଓମାରଙ୍କୁ ସାମ୍ବାଦିକ ପ୍ରଶ୍ନ କରିଥିଲେ। ଉତ୍ତରରେ ଓମାର କହିଥିଲେ ଯେ ଯାହା ଠିକ୍ ତାହା ସର୍ବଦା ଠିକ୍‌। କୌଣସି ମେଣ୍ଟର ସଦସ୍ୟ ହେବା ଅର୍ଥ ନୁହେଁ ଏହା ପ୍ରତି ଅନ୍ଧ ଭାବେ ଆନୁଗତ୍ୟ ପ୍ରଦର୍ଶନ କରିବା। ଓମାର ଆହୁରି କହିଛନ୍ତି ଯେ ଦିଲ୍ଲୀରେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ହେବା ଜରୁରୀ। କେନ୍ଦ୍ର ସରକାର ନୂଆ ସଂସଦ ଭବନ ନିର୍ମାଣ କରିବାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଯଥାର୍ଥ। କାରଣ ନୂଆ ସଂସଦ ଭବନ ଆମର ଆବଶ୍ୟକତା ଥିଲା। ଗତ ସେପ୍ଟେମ୍ବର ଓ ଅକ୍ଟୋବରରେ ହୋଇଥିବା ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ ଏନ୍‌ସି କଂଗ୍ରେସ ସହିତ ମେଣ୍ଟ କରି ଲଢିଥିଲା। ବିଧାନସଭାର ୯୦ ଆସନରୁ ନ୍ୟାସନାଲ କଫରେନ୍ସ ୪୨ଟିରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୬ଟି ଆସନ ପାଇଥିଲା।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories