ଲାଞ୍ଜିଗଡ଼ :ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ସରକାରୀ (ଏସଏସଡ଼ି)ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ପ୍ରଥମ ଦିନରେ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲାଞ୍ଜିଗଡ଼ ସ୍ଥିତ ଭୈରବ ପୀଠକୁ ଯାଇ ପୂଜାର୍ଚ୍ଚନା କରିବା ପରେ ଭୈରବ ପୀଠରୁ ମଶାଲ ନେଇ ନିଜ ସ୍କୁଲ ଖେଳ ପଡିଆକୁ ଫେରିଥିଲେ।
ସ୍କୁଲର ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ କ୍ରୀଡ଼ା ଉତ୍ସବରେ ଲାଞ୍ଜିଗଡ଼ ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଟିକୁ ଶୁଭାରମ୍ଭ କରିଥିଲେ।ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷ ଉମାକାନ୍ତ ବେଣୁପାଣି,ପୂର୍ବତନ ଅଧ୍ୟକ୍ଷ ନିହାରକାନ୍ତ ବିଶ୍ଵାଳ,ପୂର୍ବତନ ସ୍କୁଲ ପରିଚାଳନା କମିଟିର ସଭାପତି ଦୁର୍ଯ୍ୟୋଧନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ପ୍ରତିଯୋଗିତାରେ ସ୍କୁଲର ୫୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଏଥିରେ ଫୁଟବଲ,ଭଳିବଲ, କ୍ରିକେଟ, ଖୋକୋ, ଦୌଡ,ତିରନ୍ଧାଜ, ଉଚ୍ଚ ଡିଆଁ,ଲମ୍ବ ଡିଆଁ,ସଟଫୁଟ,ଡିସକସ ଥ୍ରୋ,ଜାଭଲିନ ଥ୍ରୋ ଆଦି ୨୦ ଟି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
କ୍ରୀଡା ପ୍ରତିଯୋଗିତାକୁ ସ୍କୁଲର ଖେଳ ଶିକ୍ଷକ ଜୟଲାଲ ଭୋଇ,ହରୀକୃଷ୍ଣ ବିଶୋଇ,ମମତା ମାଝୀ,ମାନସରଞ୍ଜନ ରଥ, ଦେବେନ୍ଦ୍ର ଧଙ୍ଗଡାମାଝୀ,ଆଲୋକ ସାହୁ, ଭବେଶ ପାଟଯୋଶୀ,ଅକ୍ଷୟ ପୁରୋହିତ, ସୁଶାନ୍ତ ମାଝୀ, ମଧୁସୂଦନ ବାଗ, ଜଗମୋହନ ସାହୁ,ହରଧନ ଦେବନାଥ,ଦିଲ୍ଲୀପ ମହନ୍ତ, ଶୀମାଞ୍ଚଳ କାଟ୍ରାକା, କେ.ଏସ୍ ଆଚାରି,ସୁମନ ସା,ପ୍ରିୟଦର୍ଶିନୀ ପାତ୍ର,ସୁନିଲ ଛତର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।



