www.samajalive.in
Sunday, December 14, 2025
16.1 C
Bhubaneswar

ଖାଲିପେଟରେ ଏସବୁ ଖାଇଲେ ଝଡ଼ିଯିବ କେଶ, ଜାଣନ୍ତୁ କ’ଣ କୁହନ୍ତି ଡାକ୍ତର ?

ସମାଜ ଡିଜିଟାଲ ଡେସ୍କ: ସ୍ଵାସ୍ଥ୍ୟ ପ୍ରତି ସଚେତନ ଥିବା ବ୍ୟକ୍ତି ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇଥାଆନ୍ତି। ବର୍ତ୍ତମାନ ସମୟର ଜୀବନଶୈଳୀ ଯୋଗୁ ଅଧିକାଂଶ ଲୋକ ଅମ୍ଳ ଦୋଷ ଏବଂ କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ସକାଳର ଖାଦ୍ୟ ଏସବୁ ସ୍ଵାସ୍ଥ୍ୟ ସମସ୍ୟା ଉପରେ ବିଶେଷ ପ୍ରଭାବ ପକାଇଥାଏ। ଆୟୁର୍ବେଦିକ ଡାକ୍ତରଙ୍କ ଅନୁସାରେ, ସକାଳୁ ମୁଖ୍ୟତଃ ୩ଟି ଅଭ୍ୟାସକୁ ପରିତ୍ୟାଗ କରିବା ଜରୁରୀ। ସକାଳୁ ଖାଲିପେଟରେ ଏହି ୩ଟି ଜିନିଷ ସେବନ କଲେ ଅମ୍ଳଦୋଷ(ଏସିଡିଟି) ଭଳି ସ୍ଵାସ୍ଥ୍ୟ ସମସ୍ୟା ସାଙ୍ଗକୁ କେଶ ଝଡ଼ିବା ଆରମ୍ଭ ହୋଇଥାଏ।

ଆୟୁର୍ବେଦିକ ଡାକ୍ତର ମିହିର ଖତ୍ରି କୁହନ୍ତି, ଖାଲି ପେଟରେ ୩ଟି ଜିନିଷ ଖାଇବା ଅନୁଚିତ। ବିଶେ​ଷକରି ଅମ୍ଳଦୋଷର ଶିକାର ଲୋକମାନେ ଏସବୁ ଜିନିଷରୁ ଦୂରେଇ ରହିବା ଉଚିତ। ଅମ୍ଳଦୋଷ ଥିଲେ ପେଟରେ ଅମ୍ଳ ସୃଷ୍ଟି ହେବା ସହିତ ଆମ୍ବିଳା ହାକୁଟି ହୋଇଥାଏ। ଛାତିରେ ଜଳାପୋଡ଼ା ବି ହୋଇଥାଏ।

- Advertisement -

ଅନେକ ଲୋକଙ୍କ ଧାରଣା ରହିଛି ଯେ, ସକାଳୁ ଉଷୁମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଇଲେ ଚର୍ବି ହ୍ରାସ ପାଇବା ସହିତ କୋଲେଷ୍ଟରଲ କମିଥାଏ। କିନ୍ତୁ ଏହାଦ୍ଵାରା ଧୀରେ ଧୀରେ ପେଟରେ ଅମ୍ଳ ବଢ଼ିଥାଏ। ଅଭ୍ୟାସଗତ ଭାବେ ଏହାକୁ ସେବନ କଲେ କେଶ ଝଡ଼ିବା ଆରମ୍ଭ ହୋଇଥାଏ। ଆୟୁର୍ବେଦ ଅନୁସାରେ ଗରମ ପାଣିରେ ମହୁ ମିଶାଇବା ବିଷ ସହିତ ସମାନ।

ସେହିପରି ସକାଳ ସମୟରେ ଖାଲି ପେଟରେ ରସୁଣ ବି ଖାଇବା ଅନୁଚିତ। ଏହା ସ୍ଵାସ୍ଥ୍ୟପ୍ରତି ହାନିକାରକ ହୋଇଥାଏ। କୋଲେଷ୍ଟେରଲ ହ୍ରାସ କରିବାକୁ ଏବଂ ରକ୍ତଚାପ କମାଇବାକୁ ଲୋକମାନେ ରସୁଣ ଖାଇଥାଆନ୍ତି। କିନ୍ତୁ ଏହା ବି ପେଟରେ ଅମ୍ଳଦୋଷ ସୃଷ୍ଟି କରିଥାଏ। ଅନେକ ଲୋକ ସକାଳୁ ସକାଳୁ ଅଦା ମସଲା ଚା’ ପିଇବାକୁ ପସନ୍ଦ କରନ୍ତି। ବହୁ ଲୋକଙ୍କର ଏହି ଅଭ୍ୟାସ ରହିଛି। କିନ୍ତୁ ଏହା ଅମ୍ଳତାକୁ ବୃଦ୍ଧି କରିଥାଏ। ସେଥିଲାଗି ଖାଲି ପେଟରେ ଚା’ ପିଇବା ଅନୁଚିତ ବୋଲି ଡାକ୍ତର କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories