www.samajalive.in
Monday, December 15, 2025
24.1 C
Bhubaneswar

ବର୍ଷା ଦିନେ କେମିତି ନେବେ ତ୍ୱଚାର ଯତ୍ନ

ସମାଜ ଡିଜିଟାଲ ଡେସ୍କ: ବର୍ଷା ଦିନେ ଆର୍ଦ୍ରତାର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇବାରୁ ପୂରା ଶରୀର ଓ ମୁହଁର ତ୍ୱଚା ଅତ୍ୟନ୍ତ ଚିକ୍କଣ ଅନୁଭବ ହୋଇଥାଏ। ଏଭଳି ପରିସ୍ଥିତିରେ ଯଦି ଆପଣ ବର୍ଷା ଋତୁରେ ଅଧିକ ମେକଅପ୍‌‌ ଲଗାଉଛନ୍ତି ତେବେ ପୂରା ତ୍ୱଚା ଖରାପ ହେବାର ସମ୍ଭାବନା ରହିଥାଏ। ଏହି ଋତୁରେ ତ୍ୱଚା ସମ୍ବନ୍ଧୀୟ ଅନେକ ପ୍ରକାର ସମସ୍ୟା ଦେଖିବାକୁ ମିଳେ। ଫଳରେ ବ୍ୟାକ୍ଟେରିଆ ସଂକ୍ରମଣ ହେବାର ଆଶଙ୍କା ବଢିଯାଏ। ଯେଉଁମାନଙ୍କ ତ୍ୱଚା ଅଧିକ ସମ୍ବେଦନଶୀଳ, ସେମାନେ ଏହି ଋତୁରେ ତ୍ୱଚାର ବିଶେଷ ଯତ୍ନ ନେବା ଉଚିତ୍‌‌। ଆପଣ ଯଦି ନିଜର ତ୍ୱଚାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଏହି ସବୁ ଟିପ୍ସ ଆପଣାନ୍ତୁ।

– ଯଦି ଆପଣ ସକାଳୁ ମେକଅପ୍‌‌ ନେଇ ଘରୁ ବାହାରକୁ ଯାଉଛନ୍ତି ତେବେ ଘରକୁ ଫେରିବା ପରେ ଭଲ ଭାବରେ ତ୍ୱଚାକୁ ସଫା କରନ୍ତୁ। ମେକଅପ୍‌‌ ଲଗାଇବା ଦ୍ୱାରା ତ୍ୱଚା ଅଧିକ ଚିକ୍କଣ ହୋଇଥାଏ। ଦିନସାରା ୩ରୁ ୪ଥର ମୁହଁକୁ ପାଣିରେ ସଫା କରିବା ଉଚିତ୍‌‌। ଏଦ୍ୱାରା ତ୍ୱଚାରେ ଥିବା ଛିଦ୍ରରେ ଲୁଚି ରହିଥିବା ମଇଳା ଦୂର ହୋଇଥାଏ। ସଂକ୍ରମଣ ଓ ବ୍ରଣ ମଧ୍ୟ ହ୍ରାସ ପାଇବ। ପ୍ରତିଥର ସାବୁନ, ଫେସ୍‌‌ କ୍ଲିଞ୍ଜର ଲଗାଇବା ଜରୁରୀ ନୁହେଁ।

- Advertisement -

୨- ବର୍ଷା ଋତୁରେ ତ୍ୱଚାରେ ଆର୍ଦ୍ରତା ଯୋଗାଇବା ପାଇଁ ଟୋନର ଲଗାନ୍ତୁ। ଏକ ସ୍କିନ ଟାଇପ୍‌‌ ଟୋନର ଚୟନ କରି ପ୍ରତିଦିନ ଲଗାଇବା ଉଚିତ। ନଚେତ ଆପଣ ମୁହଁରେ ଗୋଲାପ ଜଳ ମଧ୍ୟ ଲଗାଇପାରିବେ।

୩- ବର୍ଷାଦିନେ ହାଲୁକା ଓ ଢିଲା ପୋଷାକ ପିନ୍ଧିବାକୁ ଚେଷ୍ଟା କରନ୍ତୁ। କାରଣ ଏହା ଦ୍ୱାରା ଝାଳ କମିବ ଏବଂ ଶରୀରର ଚର୍ମ କମ୍‌‌ ଚିକ୍କଣ ଅନୁଭବ ହେବ।

– ବର୍ଷା ଋତୁରେ ସ୍କ୍ରବ କରିବା ଦ୍ୱ।। ତ୍ୱଚାର ଛିଦ୍ରରେ ଲୁଚି ରହିଥିବା ବ୍ୟାକ୍ଟେରିଆ, ମଇଳା ବାହାରି ଆସିଥାଏ। ଏହା ଦ୍ୱାରା ବର୍ଷାଦିନେ ତ୍ୱଚା ସମ୍ବନ୍ଧୀୟ ସମସ୍ୟା, ବ୍ରଣ ଆଦି ସମସ୍ୟା ଦୂର ହୋଇଥାଏ। ସ୍କ୍ରବ କରିବା ଦ୍ୱାରା ତ୍ୱଚା ଗଭୀର ଭାବେ ସଫା ହୋଇ କୋମଳ ରହିଥାଏ। ତ୍ୱଚାର ଛିଦ୍ର ଖୋଲିବା ଦ୍ୱାରା ତେଲିଆ ଲାଗିନଥାଏ।

୫- ବର୍ଷାଦିନେ ଅଧିକ ମେକଅପ୍‌‌ କରିବା ଭଲ ନୁହେଁ। ଏହା ତ୍ୱଚାକୁ ଖରାପ କରିବା ସହ ଚିପଚିପା କରିଥାଏ। ଆର୍ଦ୍ରତା କାରଣରୁ ଅଧିକ ମେକଅପ୍‌‌ ଲଗାଇବା ଦ୍ୱାରା ତ୍ୱଚା ଶୀଘ୍ର ଚିପଚିପା ହୋଇଥାଏ। ଏହାସହିତ ତ୍ୱଚାର ସୁନ୍ଦରତା ଶୀଘ୍ର ହ୍ରାସ ପାଇଥାଏ। ଯଦି ଆପଣ ବିନା ମେକଅପରେ ଘରୁ ବାହାରକୁ ଯିବାକୁ ପସନ୍ଦ କରନ୍ତି ନାହିଁ ତେବେ ହାଲୁକା ମେକଅପ ନେଇ ଯାଇପାରିବେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories