ଶୁକ୍ରବାର ରାଶିଫଳ (୧୮.୦୮.୨୦୨୩)

ମେଷ : ତାରୁଣୀ ରୂପସମ୍ପନ୍ନ ହୋଇପାରନ୍ତି। ଦେବ, ଗୁରୁ, ଗୁରୁଜନଙ୍କ ପ୍ରତି ଭକ୍ତିଭାବ ରହିବ। ଜ୍ଞାନଗରିମାଯୁକ୍ତ ହେବେ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବୃଷ : ସତ୍ୟର ପୂଜାରୀ ହେବେ। ଭାଷା ମାର୍ଜିତ ଓ ଶ୍ରୁତି ମଧୁର ହେବ। ଜଣେ ବିବେକୀ ବ୍ୟକ୍ତିଭାବେ ସର୍ବତ୍ର ଆଦରଣୀୟ ହେବେ। ଜନପ୍ରିୟ ହେବେ। ପରିବାରର ତ୍ରାଣକର୍ତ୍ତା ହେବେ। ବାସଗୃହ ପ୍ରଦୂଷଣମୁକ୍ତ ରହିବ।

ମିଥୁନ : ଦ୍ୟୁତକ୍ରୀଡ଼ାରେ ପାରଙ୍ଗମ ହେବେ। କଥାବାର୍ତ୍ତା, ଚାଲିଚଳନ ପିଲାଳିଆ ହୋଇପାରେ। କ୍ଷମାଶୀଳ ହୋଇପାରନ୍ତି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇପାରନ୍ତି। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ।

କର୍କଟ : ପ୍ରଭୂତ ବିତ୍ତର ଅଧିକାରୀ ହେବେ। ବିଳାସବ୍ୟସନକୁ ପରିତ୍ୟାଗ କରି କର୍ମତତ୍ପର ହେବେ। ଜମିବାଡ଼ି କ୍ରୟ କରିବାର ଆଗ୍ରହ ରହିବ। ମେଧା ତାଲିକାଭୁକ୍ତ ହୋଇପାରନ୍ତି। ଶାନ୍ତ, ଧୈର୍ଯ୍ୟବାନ୍‌ ଓ ସହିଷ୍ଣୁ ହେବେ।

ସିଂହ : କୃପାର୍ତ୍ତଚେତା ହୋଇପାରନ୍ତି। ବିନୀତ ସ୍ବଭାବସମ୍ପନ୍ନ ହେବେ। ବହୁଧନର ଅଧିକାରୀ ହେଲେ ବି ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ଆୟୁଷ୍ମାନ୍‌ ହେବେ। ବିଦ୍ୟାଭ୍ୟାସୀ ହେବେ। ଜିତେନ୍ଦ୍ରିୟ ହେବେ।​‌

କନ୍ୟା : ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ମିତ୍ରମାନେ ଶତ୍ରୁତା ଆଚରଣ କରିବାରେ ପଶ୍ଚାତ୍‌ପଦ ​‌େହବେ ନାହିଁ। ନିଜ କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଚତୁର ହେବେ। ସମ୍ୟକ ତତ୍ତ୍ବଦର୍ଶୀ ହେବେ।​‌

prayash

ତୁଳା : ବିଚକ୍ଷଣ ବୁଦ୍ଧିସମ୍ପନ୍ନ ହେବେ। ଶାସ୍ତ୍ରଜ୍ଞ ହୋଇପାରନ୍ତି। ରୂପବାନ୍‌ ହେବେ। ରୂପ ଓ ଗୁଣର ମହକ ଚତୁର୍ଦିଗକୁ ବିଛୁରିତ ହେବ। ବହୁମିତ୍ରଙ୍କ ହିତ ସାଧନ କରିବେ। ଲୋକପ୍ରିୟ ହେବେ। ଦାନପ୍ରିୟ ହେବେ।

ବିଛା : ଦ୍ବିଜମାନଙ୍କର ହିତ ସାଧନ ପାଇଁ ସଦାସର୍ବଦା ଉଦ୍ୟମ ଚାଲୁ ରଖିବେ। ପୁଣ୍ୟପ୍ରଭାସମ୍ପନ୍ନ ହୋଇପାରନ୍ତି। ଜ୍ଞାନଗରିମାଯୁକ୍ତ ହେବେ। ଦୃଢ଼ ପୌରୁଷର ଅଧିକାରୀ ହେବେ। କୀର୍ତ୍ତିମାନ୍‌ ହେବେ।

ଧନୁ : ଜିତେନ୍ଦ୍ରିୟ ହେବେ। ଧର୍ମଧ୍ବଜାଧାରୀ ହୋଇପାରନ୍ତି। ସରକାରଙ୍କ ପ୍ରିୟପାତ୍ର ହେବାର ସୂଚନା ମିଳୁଛି। ବନ୍ଧୁବାନ୍ଧବଙ୍କର ପୂଜ୍ୟ ହୋଇପାରନ୍ତି। ସନ୍ତାନ ସୁଖ ପାଇବେ। ସର୍ବଜନପ୍ରିୟ ହୋଇପାରନ୍ତି।

ମକର : ମତିଗତିରେ ବିନମ୍ରତା ଆସିପାରେ। ମହିଳାମାନଙ୍କ ପ୍ରତି ଆଶକ୍ତି ଶୂନ୍ୟ ହେବେ। କୃପଣ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପରକଥାରେ ମୁଣ୍ଡ ପୂରାଇ ସମ୍ମାନ ହାନି କରାଇପାରନ୍ତି। ଅସୁସ୍ଥତା ଦେଖାଦେବ।

କୁମ୍ଭ : ସତ୍ୟ ଓ ଦୟାର ଅବତାର ହୋଇପାରନ୍ତି। ସନ୍ତାନ ସ୍ନେହ ଅଧିକ ହେବ। ନିଜ କର୍ମର ଧର୍ମ ରକ୍ଷା କରିବାରେ ପାରଙ୍ଗମ ହେବେ। ନିଜ ପ୍ରତି କଠୋର ଓ ପର ପ୍ରତି କୋମଳ ମନୋଭାବର ହୋଇପାରନ୍ତି।

ମୀନ : ଅର୍ଥାଭାବର ସମ୍ମୁଖୀନ ହୋଇପାରନ୍ତି। ପୂର୍ବଭଳି କାର୍ଯ୍ୟରେ ତତ୍ପରତା ଦେଖିବାକୁ ମିଳିବ ନାହିଁ। କୌଣସି କାରଣରୁ ଭୟାତୁର ହୋଇପାରନ୍ତି। ଶତ୍ରୁ ଦାଉ ସାଧିବାକୁ ଉଦ୍ୟମ କରିବେ ମାତ୍ର ବିଫଳ ହେବେ।

Comments are closed.