www.samajalive.in
Monday, December 8, 2025
14.1 C
Bhubaneswar

ପ୍ରଘଟ ତଦନ୍ତ ପ୍ରହସନ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)ର ପ୍ରଶ୍ନପତ୍ର ପ୍ରଘଟ ହେବା କେବଳ ଏହି ପରିଷଦର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇନାହିଁ, ଏହାର ଆଭିମୁଖ୍ୟ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ଏହାର କାରଣ ହେଲା ଏହି ସଂସ୍ଥାଦ୍ବାରା ପୂର୍ବରୁ ମଧ୍ୟ କରାଯାଇଥିବା ଏକାଧିକ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଛି; କିନ୍ତୁ ସେଗୁଡ଼ିକର ଯେଭଳି କାର୍ଯ୍ୟାନୁଷ୍ଠାନ ହେବା କଥା ତାହା ହୋଇନାହିଁ। ସବୁବେଳେ କେବଳ ତାଳିପକା କାମ କରାଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏଥର ପରି ପୂର୍ବରୁ ମଧ୍ୟ ପ୍ରଶ୍ନପତ୍ର ପ୍ରଘଟର କ୍ରାଇମ୍‌ବ୍ରାଞ୍ଚ୍ ତଦନ୍ତ କରାଯିବ ବୋଲି କୁହାଯାଇଛି, କିନ୍ତୁ ତା’ର କିଛି ଫଳ ମିଳିନାହିଁ। ଏପରି ସ୍ଥିତିରେ ଓଟିଇଟି ପ୍ରଶ୍ନପତ୍ର ପ୍ରଘଟର ତଦନ୍ତ ଯେ ବାଟବଣା ହେବ, ତାହା ସଂଶୟାତୀତ ନୁହେଁ। ସୂଚନାଯୋଗ୍ୟ, ୨୦୧୮ ଫେବୃଆରୀରେ ମାଟ୍ରିକ ଓଡ଼ିଆ ଓ ଇଂରେଜୀ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା। ଏହାର ତଦନ୍ତଭାର କ୍ରାଇମ୍‌ବ୍ରାଞ୍ଚ ନେଇଥିଲା। ଏ ପର୍ଯ୍ୟନ୍ତ ଏହାର ତଦନ୍ତ କେତେଦୂର ଗଲା, ତା’ର କିଛି ଖବର ନାହିଁ। କ୍ରାଇମ୍‌ବ୍ରାଞ୍ଚ ବର୍ଷେ ପର୍ଯ୍ୟନ୍ତ କି ତଦନ୍ତ କରୁଛି, ତାହା ଏବେ ତଦନ୍ତସାପେକ୍ଷ ହେଲାଣି। ଏହା ଯେ ଏକ ଗୁରୁତ୍ବପୂର୍ଣ୍ଣ ତଦନ୍ତ, ନିଜେ ପରିଷଦ କର୍ତ୍ତୃପକ୍ଷ ମଧ୍ୟ ବୋଧହୁଏ ଭୁଲିଯାଇଛନ୍ତି। ଆଗକୁ ପୁଣି ଆସୁଛି ସେହି ମାଟ୍ରିକ୍ ପରୀକ୍ଷା। ଏହା ପୂର୍ବରୁ ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟନା ପରୀକ୍ଷାର୍ଥୀଙ୍କ ମନରେ ଭୟ ଓ ସନ୍ଦେହ ସୃଷ୍ଟି କରିବା ଅସ୍ବାଭାବିକ ନୁହେଁ।
ଏହା ପୂର୍ବରୁ ୨୦୧୨ରେ କାକଟପୁର ବାଜପୁର ସ୍କୁଲରେ ପ୍ରଶ୍ନପତ୍ର ଚୋରି ହୋଇ ତାହା ପ୍ରଘଟ ହେବାପରି ଘଟନା ଘଟିଥିଲା। ଓଟିଇଟି ପ୍ରଶ୍ନପତ୍ର କିଭଳି ପ୍ରଘଟ ହୋଇଛି, ତାହା ତଦନ୍ତସାପେକ୍ଷ; କିନ୍ତୁ ବ୍ୟବସ୍ଥା ଭିତରେ କାର୍ଯ୍ୟ କରୁଥିବା ଦୁଷ୍ଟବୁଦ୍ଧି ଲୋକେ ହିଁ ଏଭଳି ଅପକର୍ମରେ ସଂପୃକ୍ତ ଥିବେ, ତାହା ଜଣାପଡ଼ୁଛି; କାରଣ ଏହା ସୋସିଆଲ୍ ମିଡିଆରେ ପ୍ରଘଟ ହୋଇଛି। ଆଧୁନିକ ଉପକରଣଗୁଡ଼ିକର ଅସଦ୍‌ବ୍ୟବହାର ରୋକିବା ଏତେ ସହଜ ନୁହେଁ। ପରୀକ୍ଷାର୍ଥୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ପ୍ରଶ୍ନପତ୍ରର ଯେଉଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲୋଡ଼ା, ତାହା ପରିଷଦ କରିନଥିବା ସ୍ପଷ୍ଟ। ନୋଡାଲ ସେଣ୍ଟରର ଷ୍ଟ୍ରଙ୍ଗରୁମ​‌େ​‌ର ପ୍ରଶ୍ନପତ୍ର ରଖି ପରୀକ୍ଷାଦିନ କେନ୍ଦ୍ରକୁ ପଠାଇବାର ଯେଉଁ ବ୍ୟବସ୍ଥା ହୋଇଥିଲା ତାହାକୁ ପାଳନ କରାଗଲା ନାହିଁ କାହିଁକି? ଲକ୍ଷାଧିକ ପରୀକ୍ଷାର୍ଥୀ ଓଟିଇଟି ପରୀକ୍ଷା ଦେବାକୁ ଥିବାବେଳେ ସେମାନେ ସେଥିରୁ ବଞ୍ଚିତ ହେଲେ ଓ ସେମାନଙ୍କ ପ୍ରସ୍ତୁତି ମଧ୍ୟ ଫସର ଫାଟିଗଲା। ବହୁ ପରୀକ୍ଷାର୍ଥୀ କାନ୍ଦିକାନ୍ଦି ଘରକୁ ଫେରିଥିବା ଦେଖାଯାଇଛି। ଏଥିପାଇଁ କିଏ ଦାୟୀ ହେବ? ଗଣଶିକ୍ଷା ମନ୍ତ୍ରୀଙ୍କ ସାନ୍ବ୍ତନା ଏହାର ଭରଣା କରିପାରିବ ନାହିଁ ନିଶ୍ଚୟ। ଯେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ସେମାନଙ୍କୁ ଖୋଜି ବାହାର କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। କର୍ତ୍ତୃପକ୍ଷ ଓ ସରକାର ପରବର୍ତ୍ତୀ ସମୟ​‌େ​‌ର ପୁନର୍ବାର ହେବାକୁ ଥିବା ଓଟିଇଟି ପରୀକ୍ଷା ନିମନ୍ତେ ଉପଯୁକ୍ତ ସୁରକ୍ଷା ଓ ସତର୍କତା ବ୍ୟବସ୍ଥା ଗ୍ରହଣ କରିବା ବିଧେୟ। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆଳରେ ଘଟନାର ମୂଳକୁ ନଯାଇ ତାକୁ ଚାପିଦେଲେ ସମସ୍ୟା ଅଧିକ ବଢ଼ିବ। ତେଣୁ ପରିଷଦ କର୍ତ୍ତୃପକ୍ଷ ଆନ୍ତରିକତାର ସହ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରନ୍ତୁ। ପ୍ରଘଟ ତଦନ୍ତ ପ୍ରହସନ ନପାଲଟୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories