www.samajalive.in
Sunday, December 14, 2025
26.1 C
Bhubaneswar

ଜାତୀୟ ଯୁବ ଦିବସରେ ରକ୍ତଦାନ ଶିବିର

ଭୁବନେଶ୍ୱର : ଜାତୀୟ ଯୁବ ଦିବସ ଉପଲକ୍ଷେ ସାମାଜିକ ଅନୁଷ୍ଠାନ ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କ ଓ ମିଶନ ରକ୍ତଦାତା ଆନୁକୂଲ୍ୟରେ ରବିବାର ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ରକ୍ତ ଭଣ୍ଡାର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ହାସ୍ୟ ଅଭିନେତା ଜୀବନ ପଣ୍ଡା, ବିଶିଷ୍ଟ ସମାଜସେବୀ ହରପ୍ରସାଦ ମହାପାତ୍ର, ସାମାଜିକ କର୍ମୀ ମୀର ଅହମ୍ମଦ ଅଲ୍ଲୀ ପ୍ରମୁଖ ଅତିଥି ରୂପେ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ରକ୍ତଦାନ ଶିବିରରେ ପ୍ରିୟଙ୍କା ସାହୁ, କ୍ଷୀରୋଦ କୁମାର ଜେନା, ତାପସ ଦେ, ସାଗର ସାହୁ, ସୀତାଂଶୁ ଶେଖର ଦାଶ, ଦୀପକ ନୟକ, ସତ୍ୟରଞ୍ଜନ ବେହେରା, ରବୀନ୍ଦ୍ର କୁମାର ସାହୁ, ମୀର୍ ଅହମ୍ମଦ ଅଲ୍ଲୀ, ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ରକ୍ତଦାନ ଶିବିରରେ ମୋଟ ୨୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

ଉପସ୍ଥିତ ଅତିଥିମାନେ ଏହି ରକ୍ତଦାନ ଶିବିରକୁ ପ୍ରଶଂସା କରିବା ସହ ରକ୍ତଦାନ ଜୀବନ ଦାନ, ରକ୍ତର ଅଭାବରୁ କାହରିକୁ ମରିବାକୁ ଦେବା ନାହିଁ, ରକ୍ତଦାନ ମହାପୂଣ୍ୟ ଆଦି ବାର୍ତ୍ତାର ପ୍ରସାର ପ୍ରସାର ମାତ୍ରାଧିକ ହେଲେ ସମାଜରେ ଆହୁରି ଅନେକ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିବେ ବୋଲି ମତବ୍ୟକ୍ତ କରିଥିଲେ। ସାମ୍ପ୍ରତିକ ସ୍ଥିତିରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ଯେଉଁଭଳି ଭାବରେ ବୃଦ୍ଧି ପାଉଛି, ସେହି ପରିମାଣରେ ରକ୍ତ ମହଜୁଦ ନଥିବାରୁ ଅନେକ ଥାଲାସେମିଆ ରୋଗୀ ମୃତ୍ୟୁବରଣ କରୁଛନ୍ତି, ତେଣୁ ଆଜିର ଯୁବସମାଜ ଏହାକୁ ହୃଦୟଙ୍ଗମ କରି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ସମାଜସେବୀ ହରପ୍ରସାଦ ମହାପାତ୍ର ଏବଂ ମୀର ଅହମ୍ମଦ ଅଲ୍ଲୀ ନିବେଦନ କରିଥିଲେ। କାର୍ଯ୍ୟକ୍ରମକୁ ବିଭୂତି ଭୂଷଣ ସାହୁ, ମନୋଜ କୁମାର ସାହୁ, ଅଭିଲିପ୍ସା ଦାସ, ସିଲୁ ସାହୁ, ବିନୋଦ କୁମାର ରାଉତ, ପ୍ରଦୀପ ସାହୁ, ଗୁରୁପଦ ନାଥ ପ୍ରମୁଖ ପରି•ଳନାରେ ସହଯୋଗ କରିଥିଲେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories