www.samajalive.in
Sunday, December 14, 2025
17.1 C
Bhubaneswar

ଲୋକଙ୍କୁ ନିର୍ବାଚନ ଖର୍ଚ୍ଚ ମାଗିଲେ ଆତିଶୀ

ସମାଜ ଡିଜିଟାଲ ଡେସ୍କ: ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କାଲକାଜି ଆସନରୁ ଆମ ଆଦମୀ ପାର୍ଟି(ଆପ୍‌)ରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ନିର୍ବାଚନ ଖର୍ଚ୍ଚ ପାଇଁ ସେ ଜନସାଧାରଣଙ୍କୁ ଟଙ୍କା ମାଗିଛନ୍ତି। କ୍ରାଉଡଫଣ୍ଡିଂ ଜରିଆରେ ନିର୍ବାଚନ ଖର୍ଚ୍ଚ ଯୋଗାଇଦେବାକୁ ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି।

ନିର୍ବାଚନ ଲଢ଼ିବା ଲାଗି ଆତିଶୀ ଏକ୍ସ’ରେ ଲେଖିଛନ୍ତି, ଆମେ ଏକତ୍ର ହୋଇ ପ୍ରଗତି ଏବଂ ଆଶାର ଏହି ଯାତ୍ରାକୁ ଜାରି ରଖିପାରିବା। ବିଗତ ୫ ବର୍ଷ ଧରି ଦିଲ୍ଲୀର ଜଣେ ବିଧାୟକ, ଜଣେ ମନ୍ତ୍ରୀ ଏବଂ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭାବେ ମୋ ସହିତ ଆପଣମାନେ ରହିଛନ୍ତି। ଆପଣମାନଙ୍କ ଆଶୀର୍ବାଦ ଏବଂ ସମର୍ଥନ ବିନା ଏହା ସମ୍ଭବ ନ ଥିଲା। ଆପଣମାନଙ୍କ ବିଶ୍ଵାସ ଏବଂ ଦାନ ମୋତେ ଜଣେ ଯୁବ ଓ ଶିକ୍ଷିତ ମହିଳା ଭାବେ ରାଜନୀତିରେ କ୍ୟାରିୟର କରିବାକୁ ସୁଯୋଗ ଦେଇଛି। ଏହା ଏପରି ଏକ ରାସ୍ତା ଯେଉଁଥିରେ ମୁଁ ଏକୁଟିଆ ଚାଲିାପରିବି ନାହିଁ। ବର୍ତ୍ତମାନ ଯେହେତୁ ଆମେ ଆଉ ଏକ ନିର୍ବାଚନକୁ ସାମ୍ନା କରିବାକୁ ଯାଉଛୁ, ଏଥିପାଇଁ ମୁଁ ପୁନର୍ବାର ଆପଣମାନଙ୍କ ସମର୍ଥନ ଆବଶ୍ୟକ କରୁଛି ବୋଲି ଆତିଶୀ ଲେଖିଛନ୍ତି। କାଲକାଜି ଆସନରେ ବିଜେପି ପ୍ରାର୍ଥୀ ରମେଶ ବିଧୁରୀ ଆତିଶୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

- Advertisement -

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories