www.samajalive.in
Sunday, December 7, 2025
14.1 C
Bhubaneswar

ଫେବୃଆରୀ ୨୦ରୁ ୨୩ ଜାତୀୟ କବାଡ଼ି ପ୍ରତିଯୋଗିତା

କଟକ: ଫେବୃଆରୀ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ କଟକ ଇନ୍‌ଡୋର ଷ୍ଟାଡିୟମଠାରେ ଆୟୋଜିତ ହେବାକୁ ଯାଉଛି ୭୧ ତମ ଜାତୀୟ କବାଡ଼ି ପ୍ରତିଯୋଗିତା। ଭାରତୀୟ କବାଡି ମହାସଂଘର ଅନୁମୋଦନକ୍ରମେ ପ୍ରଥମ ଥର ପାଇଁ ଓଡ଼ିଶା କବାଡି ଆସୋସିଏସନ୍ ଆସନ୍ତା ଫେବୃଆରୀ ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ  ପ୍ରତିଯୋଗିତା ପାଇଁ ଓଡ଼ିଶା କବାଡି ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗିତା ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଓଡ଼ିଶା ସରକାର ଏବଂ ରୁଚି କମ୍ପାନୀର ମିଳିତ ସହଯୋଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଭାରତର ୨୮ଟି ରାଜ୍ୟରୁ ୩୫ଟି ଦଳରୁ ୪୫୦ରୁ ଊର୍ଦ୍ଧ୍ବ ଖେଳାଳି ଏହି ପ୍ରତିଯୋଗିତାରେ ଯୋଗଦେବେ। ଏମାନଙ୍କ ମଧ୍ୟରେ ବହୁ ଜାତୀୟ ଅନ୍ତର୍ଜାତୀୟ ଖେଳାଳି ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ କୋଚ୍‌ମାନେ ଉପସ୍ଥିତ ରହିବେ।

୨୦୧୭ ମସିହାରେ ଓଡ଼ିଶା କବାଡି ଆସୋସିଏସନ୍ ସଫଳତାର ସହ ୪୪ତମ ଜାତୀୟ ଜୁନିଅର କବାଡି ପ୍ରତିଯୋଗିତା ଆୟୋଜନ କରିଥିଲା। ଏହାକୁ ଦୃଷ୍ଟିରେ ରଖି କବାଡି ମହାସଂଘ ଚଳିତ ବର୍ଷ ଓଡ଼ିଶାକୁ ୭୧ତମ ସିନିୟର ଜାତୀୟ ପୁରୁଷ କବାଡି ଆୟୋଜନ ପାଇଁ ସୁଯୋଗ ଦେଇଛି। ତେଣୁ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ସମସ୍ତେ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଓଡ଼ିଶା କବାଡି ଆସୋସିଏସନ୍ ପକ୍ଷରୁ ରବିବାର ବାରବାଟୀ ଷ୍ଟାଡିୟମଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରାଯାଇଛି। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିଯୋଗିତାର ଥିମ୍ ସଙ୍ଗ୍ ଉନ୍ମୋଚିତ ହୋଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories