www.samajalive.in
Monday, December 15, 2025
15.1 C
Bhubaneswar

ହାଲୋ ସାର୍‌, ମୁଁ ମୋ ସ୍ତ୍ରୀକୁ ହତ୍ୟା କରିଛି, ମୋତେ ଆସି ଗିରଫ କର- ସ୍ତ୍ରୀକୁ ହତ୍ୟା ପରେ ଏମିତି କଲା ସ୍ୱାମୀ..

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ହାପୁରରୁ ଆଶ୍ଚର୍ଯ୍ୟଚକିତ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ପୁଲିସକୁ ଫୋନ୍‌ କରି କହିଛନ୍ତି, ହାଲୋ ସାର୍‌, ମୁଁ ମୋ ସ୍ତ୍ରୀକୁ ହତ୍ୟା କରିଛି, ମୋତେ ଆସି ଗିରଫ କର । ଖବର ପାଇବା ମାତ୍ରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ସ୍ତ୍ରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ, ହାପୁରର ମୋହଲ୍ଲା ରଫିକ ନଗରରେ ରହୁଥିବା ରାଶିଦ୍‌ ଅଲୀ ୧୧ ବର୍ଷ ପୂର୍ବରୁ ବିବାହ କରିଥିଲେ । ଦମ୍ପତିଙ୍କର ୩ ଶିଶୁ ମଧ୍ୟ ଅଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗି ରହୁଥିଲା । ରାଶିଦ୍‌ଙ୍କ ସ୍ତ୍ରୀ ନିଜ ଘରକୁ ଯିବାକୁ ଚାହୁଁଥିଲେ, ମାତ୍ର ରାଶିଦ୍‌ ସେଥିରେ ଅରାଜି ହେଉଥିଲେ ।
ଗୁରୁବାର ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ଖୁବ୍‌ ଜୋର୍‌ରେ କଳହ ହୋଇଥିଲା । ସେହି ସମୟରେ ସେ ନିଜ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ । ଘଟଣାର ତଦନ୍ତ ଜାରି ରହିଛି ।

୮୨ ବର୍ଷ ପରେ ଅକ୍ଷୟ ତୃତୀୟାରେ ଗ୍ରହଙ୍କ ଶୁଭ ସଂଯୋଗ: ଏହି ରାଶି କିଣିବେ ନୂଆ ଘର,ଗାଡି ହେବେ ମାଲାମାଲ୍‌, ରହିବନି ଚିନ୍ତା

ଦେଖନ୍ତୁ ଭିଡିଓ ; ହ୍ରଦ ମଝିରେ ହଠାତ୍‌ ଓଲଟିଗଲା ପର୍ଯ୍ୟଟକ ଡଙ୍ଗା, ଆଉ ତା’ପରେ..

- Advertisement -

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories