ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପ୍ରସିଦ୍ଧ ଡାଲ୍ ହ୍ରଦରେ ବୁଧବାର ଏକ ଅଘଟଣ ଘଟିଛି । ହ୍ରଦରେ ଏକ ଡଙ୍ଗାରେ ଗୋଟିଏ ପରିବାରର ୪ ଜଣ ଯାଉଥିବା ବେଳେ ହଠାତ୍ ଏହା ଓଲଟି ପଡିଥିଲା । ଫଳରେ ପରିବାରର ୪ ସଦସ୍ୟ ପାଣି ଭିତରକୁ ଖସି ପଡିଥିଲେ ।
Shikara capsizes in Dal Lake; 4 family members rescued safely pic.twitter.com/GzmA00VJJS
— Sanjeev Manmotra (@galaxyindia7) April 17, 2025
ସୌଭାଗ୍ୟବଶତଃ ସ୍ଥାନୀୟ ଏନଡିଆରଏଫ ଓ ଅନ୍ୟ ଉଦ୍ଧାରକାରୀ ଦଳ ତତ୍ପରତା ଦେଖାଇବା ସହ ସଭିଁଙ୍କୁ ଉଦ୍ଧାର କରିଥିଲେ । କେହି ମଧ୍ୟ ଗୁରୁତର ଆହତ ହୋଇନଥିବା ଜଣାପଡିଛି ।
କାଶ୍ମୀରର ଗହଣା କୁହାଯାଉଥିବା ଏହି ହ୍ରଦର ଚାରିପଟେ ସୁନ୍ଦର ପାହାଡ ଘେରି ହୋଇ ରହିଛି । ଏହାର ଜଳ ଶାନ୍ତ ଓ ସ୍ୱଚ୍ଛ । ଯାହା ପର୍ଯ୍ୟଟକଙ୍କ ପାଇଁ ଏକ ମୁଖ୍ୟ ଆର୍ଷଷଣ ପାଲଟିଥାଏ ।
ଆହୁରି ୨ ଦିନ ଲାଗି ରହିବ କାଳବୈଶାଖୀ; ଏହି ଜିଲାକୁ ସତର୍କ ସୂଚନା ଜାରି



