www.samajalive.in
Tuesday, December 9, 2025
15.1 C
Bhubaneswar

ଓ୍ବାକଫ ଆଇନ: ମୋଦୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ମୁସଲମାନ ସମ୍ପ୍ରଦାୟ

ସମାଜ ଡିଜିଟାଲ ଡେସ୍କ: ଓ୍ବାକଫ ସଂଶୋଧନ ଆଇନ ୨୦୨୫ର ଦୁଇଟି ଗୁରୁତ୍ଵପୂର୍ଣ୍ଣ ପ୍ରାବଧାନ ଉପରେ ସୁପ୍ରିମକୋର୍ଟ ଗୁରୁବାର ସ୍ଥିତାବସ୍ଥା ଜାରି କରିଛନ୍ତି। ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଓ୍ବାକଫ ଆଇନକୁ ନେଇ ବିବାଦ ଆରମ୍ଭ ହୋଇଥିବାବେଳେ କିଛି ମୁସଲମାନ ସମ୍ପ୍ରଦାୟ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଆଇନରେ ସଂଶୋଧନ ଆଣିଥିବାରୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଦାଉଦୀ ବୋହରା ମୁସଲମାନ ସମ୍ପ୍ରଦାୟର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଭେଟିବା ଅବସରରେ କହିଛନ୍ତି ଯେ, ଆଇନରେ ସଂଶୋଧନ ଆଣିବା ଲାଗି ସେମାନେ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ। ପ୍ରଧାନମନ୍ତ୍ରୀଙ୍କ ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ଵାସ ଦୃଷ୍ଟିକୋଣ ଉପରେ ସେମାନଙ୍କର ବିଶ୍ଵାସ ରହିଥିବା ପ୍ରକାଶ କରିଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ସାରା ବିଶ୍ଵ ଦେଖୁ ଯେ ଓ୍ବାକଫ ନାଁରେ କ’ଣ ହୋଇଛି ଏବଂ ଆଗକୁ କ’ଣ ସବୁ ହୋଇପାରିବ। ଯେତେବେଳେ ଗରିବରୁ ଅତି ଗରିବ ଲୋକଙ୍କ ଆଶୀର୍ବାଦ ମିଳିବ ସେତେବେଳେ ତାଙ୍କ ଶକ୍ତି ଅନେକ ଗୁଣା ବଢ଼ିଯାଏ। ଆମ କାର୍ଯ୍ୟ ଗରିବଙ୍କ ହାତରେ ସେମାନଙ୍କ ଅଧିକାର ଦେବା। ବ୍ୟବସ୍ଥା ଦେବା। ଏପରି ଲୋକଙ୍କ ପାଇଁ ଆମେ ଏତେ ବଡ଼ ଲଢ଼େଇ ଜାରି ରଖିଛୁ ବୋଲି କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories