ଜଲନ୍ଧର: ବଲିଉଡ଼ ଅଭିନେତା ସନି ଦେଓଲ ଓ ରଣଦୀପ ହୁଡ୍ଡାଙ୍କ ବିରୋଧରେ ପଞ୍ଜାବର ଜଲନ୍ଧରରେ ମାମଲା ରୁଜୁ କରାଯାଇଛି। କିଛି ଦିନ ପୂର୍ବେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ସନି ଦେଓଲ ଏବଂ ରଣଦୀପ ହୁଡ୍ଡାଙ୍କ ଚଳଚ୍ଚିତ୍ର ‘ଜାଟ୍’ ବିରୋଧରେ ପଞ୍ଜାବରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହାପରେ ଜଲନ୍ଧରରେ ଏତଲା ଦାୟର ହୋଇଛି। ଅଭିଯୋଗ ହୋଇଛି ଯେ, ଫିଲ୍ମରେ ଅଭିନେତା ରଣଦୀପ ହୁଡ୍ଡା ଯୀଶୁ ଖ୍ରୀଷ୍ଟ ଏବଂ ଖ୍ରୀଷ୍ଟିଆନ୍ ଧର୍ମରେ ବ୍ୟବହୃତ ପବିତ୍ର ଜିନିଷଗୁଡ଼ିକର ଅସମ୍ମାନ କରିଛନ୍ତି।
ସୂଚନା ଅନୁଯାୟୀ, ‘ଜାଟ୍’ ଚଳଚ୍ଚିତ୍ରର ଅଭିନେତା ସନି ଦେଓଲ, ରଣଦୀପ ହୁଡ୍ଡା, ବିନୀତ କୁମାର, ନିର୍ଦ୍ଦେଶକ ଗୋପୀ ଚାନ୍ଦ, ପ୍ରଯୋଜକ ନବୀନ ମାଲିନେନୀଙ୍କ ବିରୋଧରେ ଜଲନ୍ଧରର ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। ଗତ କିଛି ଦିନ ଧରି ଏହାକୁ ନେଇ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ କ୍ରୋଧ ପ୍ରକାଶ ପାଉଛି।



