ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦୁର୍ଗମ ତଥା ମାଓ ପ୍ରବଣ ଅଞ୍ଚଳ କୋଟଗଡ଼ ବ୍ଲକର ରାଣୀପଙ୍ଗା ପଞ୍ଚାୟତର ସୀମାନ୍ତରେ ରହିଛି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋହିଗୁଡା ଜଙ୍ଗଲ। ଏହି ବିଦ୍ୟାଳୟ ଜଙ୍ଗଲ, ପାହାଡ଼, ପର୍ବତ ଘେରରେ ଅବସ୍ଥିତ। ବିଦ୍ୟାଳୟଟି ୧୯୯୧ ମସିହାରେ ସ୍ଥାପିତ। ଏତେ ପୁରୁଣା ବିଦ୍ୟାଳୟ ହେଲେ ବହୁ ସମସ୍ୟା ମଧ୍ୟରେ ଗତି କରୁଛି। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮୫ ଜଣ ଛାତ୍ର ଛାତ୍ରୀ ଶିକ୍ଷା ଅଧ୍ୟୟନ କରନ୍ତି। ସେଠାରେ ସମୁଦାୟ ୨ ଜଣ ଶିକ୍ଷକ ନିୟୋଜିତ ହୋଇଛନ୍ତି। ତେବେ ମାତ୍ର ଗୋଟିଏ ଶ୍ରେଣୀ ଗୃହ ଥିବାରୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ବାରଣ୍ଡା ଓ ଗଛମୂଳେ ବସି ପାଠ ପଢୁଛନ୍ତି। ସମସ୍ୟା ବିଷୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ଅଭିଭାବକ ମାନେ ବାରମ୍ବାର ଲିଖିତ ଆକାରେ କୋଟଗଡ଼ ବିଇଓଙ୍କୁ ଲିଖିତ ଆକାରରେ ଦେବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
Popular Categories



