www.samajalive.in
Sunday, December 14, 2025
23.1 C
Bhubaneswar

କପିଳ ଦେବଙ୍କୁ ହତ୍ୟା କରିବାକୁ ବନ୍ଧୁକ ଧରି ତାଙ୍କ ଘରକୁ ଯାଇଥିଲି: ଯୋଗରାଜ

ସମାଜ ଡିଜିଟାଲ ଡେସ୍କ: ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ ସର୍ବଦା ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଆସନ୍ତି। ସେ ଏବେ ପୁଣି ଥରେ ଅନୁରୂପ ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସେ ଏକଦା କପିଳ ଦେବଙ୍କୁ ହତ୍ୟା କରିବାକୁ ବନ୍ଧୁକ ଧରି ତାଙ୍କ ଘରକୁ ଯାଇଥିଲି ବୋଲି ଯୋଗରାଜ କହିଛନ୍ତି।

ଯୋଗରାଜ କହିଛନ୍ତି, ୧୯୮୩ ବିଶ୍ଵକପ ବିଜେତା ଭାରତୀୟ କ୍ରିକେଟ ଦଳର ଅଧିନାୟକ ଥିବା କପିଳ ଦେବ ତାଙ୍କୁ ଭାରତୀୟ ଦଳରୁ ବାହାର କରିଦେଇଥିଲେ। ତେଣୁ ସେ ତାଙ୍କୁ ମାରିବାକୁ ବନ୍ଧୁକ ଧରି ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ସେ କପିଳଙ୍କୁ ତାଙ୍କ ମା’ଙ୍କ ପାଇଁ ଛାଡ଼ି ଦେଇଥିଲି।

- Advertisement -

୧୯୮୦-୮୧ରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ଏବଂ ୬ଟି ଦିନିକିଆ ଖେଳିଥିବା ଯୋଗରାଜ କହିଛନ୍ତି, କପିଳ ଦେବା ଯେତେବେଳେ ଟିମ ଇଣ୍ଡିଆ, ଉତ୍ତରାଞ୍ଚଳ ଏବଂ ହରିୟାଣାର ଅଧିନାୟକ ଥିଲେ ସେ ବିନା କୌଣସି କାରଣରେ ତାଙ୍କୁ ଦଳରୁ ବାହାର କରିଦେଇଥିଲେ। ମୋ ସ୍ତ୍ରୀ ଏ ବିଷୟରେ କପିଳଙ୍କୁ ପଚାରିବାକୁ କହିଥିଲେ। କିନ୍ତୁ ମୁଁ କପିଳଙ୍କୁ ଏକ ଶିକ୍ଷା ଦେବି ବୋଲି ମୋ ସ୍ତ୍ରୀଙ୍କୁ କହିଥିଲି। ତେଣୁ ମୁଁ ମୋ ବନ୍ଧୁକ ସାଥୀରେ ଧରି ତା’ଙ୍କ ଘରକୁ ଯାଇଥିଲି। ତାଙ୍କ ଘରେ ପହଞ୍ଚିବା ପରେ ତାଙ୍କ ମା’ଙ୍କ ସହିତ କପିଳ ବାହାରକୁ ଆସିଥିଲେ। ମୁଁ ତାଙ୍କୁ ବହୁତ ଗାଳି କରିଥିଲି। ମୁଁ ତାଙ୍କୁ କହିଥିଲି ଯେ, ମୁଁ ତୁମ ମୁଣ୍ଡରେ ଗୁଳି କରିବାକୁ ଚାହୁଁଛି। କିନ୍ତୁ ତାହା ମୁଁ କରିପାରୁନି। କାରଣ ତୁମର ଜଣେ ମା’ ତୁମ ପାଖରେ ଛିଡ଼ା ହୋଇଛନ୍ତି। ତେଣୁ ମୁଁ ମୋ ସ୍ତ୍ରୀ ସହିତ ସେଠାରୁ ଚାଲିଆସିଲି ଏବଂ ସେବେଠାରୁ କ୍ରିକେଟ ଖେଳିବି ନାହିଁ ବୋଲି ନିଷ୍ପତ୍ତି ନେଇଥିଲି। ତାଙ୍କୁ ଦଳରୁ ବାହାର କରାଯିବା ପଛରେ ପୂର୍ବତନ ସ୍ପିନର ବିସନ ସିଂହ ବେଦୀଙ୍କ ହାତ ଥିଲା ବୋଲି ଯୋଗରାଜ କହିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories