www.samajalive.in
Sunday, December 14, 2025
23.1 C
Bhubaneswar

ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବ ଆମ ଯୁବ ଶକ୍ତି – ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯୁବବର୍ଗଙ୍କ ଶକ୍ତି ଖୁବ୍ ଶୀଘ୍ର ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ବିକଶିତ ଭାରତ ଯୁବ ନେତା ସଂଳାପ ୨୦୨୫ ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତର ଯୁବ ଶକ୍ତି ଉଲ୍ଲେଖନୀୟ ପରିବର୍ତନ ଆଣିବାରେ ସହାୟକ ହେଉଛି। ତାଙ୍କର ବିଶ୍ୱାସ ନୂଆ ପିଢ଼ି ଉପରେ ରହିଛି ଏବଂ ଯୁବପିଢ଼ି ସବୁ ସମସ୍ୟାର ସମାଧାନ ପାଇବେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବା ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସାମୂହିକ ପ୍ରୟାସ ଆବଶ୍ୟକ। ସମୟ ପୂର୍ବରୁ ଭାରତ ଅନେକ କ୍ଷେତ୍ରରେ ନିଜର ଲକ୍ଷ୍ୟ ହାସଲ କରୁଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଏକ ବିକଶିତ ଭାରତ ଅର୍ଥନୈତିକ, ରଣନୈତିକ, ସାମାଜିକ ଏବଂ ସାଂସ୍କୃତିକ ସ୍ତରରେ ସଶକ୍ତ ହେବ। ଗତ ଏକ ଦଶନ୍ଧି ମଧ୍ୟରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି।

- Advertisement -

ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ‘ବିକଶିତ ଭାରତ ଯୁବ ନେତା ବାର୍ତ୍ତାଳାପ’ ଯୁବପିଢ଼ିଙ୍କୁ ବିକସିତ ଭାରତ ପାଇଁ ଅଭିନବ ସମାଧାନ ଉପସ୍ଥାପନ ପାଇଁ ଏକ ଅନନ୍ୟ ମଞ୍ଚ ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ଦେଶର ତିନି ହଜାର ଯୁବ ନେତାଙ୍କ ସହ ଆଲୋଚନା କରିଥିଲେ। ଦେଶର ଭବିଷ୍ୟତ ଗଠନ ପାଇଁ ସେମାନଙ୍କ ଚିନ୍ତାଧାରାରେ ଯୋଗଦାନ କରିବା ସହିତ ନୀତି ନିର୍ଦ୍ଧାରକ, ଜାତୀୟ ଏବଂ ବିଶ୍ଵସ୍ଥରୀୟ ନେତାମାନଙ୍କ ସହ ସିଧାସଳଖ ଜଡ଼ିତ ହେବାର ସୁଯୋଗ ପ୍ରଦାନ କରିଥିଲା ଏହି ବାର୍ତ୍ତାଳାପ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories