www.samajalive.in
Sunday, December 14, 2025
17.1 C
Bhubaneswar

ତାମିଲନାଡୁ ବିଧାନସଭାରେ ଜାତୀୟ ସଂଗୀତକୁ ଅଣଦେଖା: ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ ମୁହାଁମୁହିଁ

ସମାଜ ଡିଜିଟାଲ ଡେସ୍କ: ତାମିଲନାଡୁ ବିଧାନସଭାରେ ଜାତୀୟ ସଂଗୀତକୁ ଅଣଦେଖା କରାଯିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଏବଂ ରାଜ୍ୟପାଳ ଆର.ଏନ. ରବିଙ୍କ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ରାଜ୍ୟପାଳ ବିଧାନସଭା ଅଧିବେସନକୁ ସମ୍ବୋଧିତ ନ କରିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ରାଜ୍ୟପାଳଙ୍କ ପିଲାଳିଆମି ବୋଲି କହିଛନ୍ତି। ସେପଟେ ରାଜଭବନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଏପରି ମନ୍ତବ୍ୟକୁ କଡ଼ା ନିନ୍ଦା କରାଯାଇଛି।

ଗତ ୬ ତାରିଖରେ ବିଧାନସଭା ଅଧିବେସନ ଆରମ୍ଭରେ ରାଜ୍ୟପାଳ ସମ୍ବୋଧିତ କରିବାର ଥିଲା। ରାଜ୍ୟପାଳ ଅଭିଭାଷଣ ଦେବା ପୂର୍ବରୁ ବିଧାନସଭାରେ ଜାତୀୟ ସଂଗୀତ ଗାନ କରାଯାଇ ନ ଥିଲା। ଏହା ପ୍ରତିବାଦରେ ରାଜ୍ୟପାଳ ବିଧାନସଭାରୁ ଚାଲିଯାଇଥିଲେ। ତାମିଲନାଡୁ ବିଧାନସଭା ପରମ୍ପରା ଅନୁସାରେ, ଗୃହରେ ବୈଠକ ଆରମ୍ଭ ହେଲେ ପ୍ରଥମେ ରାଜ୍ୟ ସଂଗୀତ ‘ତାମିଲ ଥାଇ ଭଲ୍ୟୁ’ ଗାନ କରାଯାଏ ଏବଂ ଶେଷରେ ଜାତୀୟ ସଂଗୀତ ଗାନ କରାଯାଇଥାଏ। ତେବେ ରାଜ୍ୟପାଳ ଏହି ନିୟମ ଉପରେ ଆପତ୍ତି ଉଠାଇବା ସହିତ ଉଭୟ ସମୟରେ ଜାତୀୟ ସଂଗୀତ ଗାନ କରାଯିବା ଉଚିତ।

- Advertisement -

ଗତ ୬ ତାରିଖରେ ରାଜ୍ୟପାଳ ଗୃହରୁ ଚାଲିଯିବା ପରେ ରାଜଭବନ ପକ୍ଷରୁ ଏକ ବିବୃତି ଜାରି କରାଯାଇ କୁହାଯାଇଥିଲା ଯେ, ଆଜି ତାମିଲନାଡୁ ବିଧାନସଭାରେ ପୁଣି ଥରେ ଭାରତର ସମ୍ବିଧାନ ଏବଂ ଜାତୀୟ ସଂଗୀତର ଅପମାନ କରାଯାଇଛି। ଜାତୀୟ ସଂଗୀତର ସମ୍ମାନ କରିବା ଆମର ପ୍ରଥମ ମୌଳିକ କର୍ତ୍ତବ୍ୟ ବୋଲି ସମ୍ବିଧାନରେ ଦର୍ଶାଯାଇଛି। ଏହାକୁ ସମସ୍ତ ରାଜ୍ୟର ବିଧାନସଭାରେ ଆରମ୍ଭ ଏବଂ ଶେଷରେ ଗାନ କରାଯାଇଥାଏ। ଆଜି ଗୃହରେ ରାଜ୍ୟପାଳଙ୍କ ଆଗମନ ପରେ କେବଳ ରାଜ୍ୟ ସଂଗୀତ ଗାନ କରାଗଲା। ରାଜ୍ୟପାଳ ସମ୍ମାନପୂର୍ବକ ଗୃହକୁ ତା’ର ସାମ୍ବିଧାନିକ କର୍ତ୍ତବ୍ୟ ମନେ ପକାଇାଦେବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଜାତୀୟ ସଂଗୀନ ଗାନ କରାଯିବା ଲାଗି ଅନୁରୋଧ କରିତିଲେ। ମାତ୍ର ମୁଖ୍ୟମନ୍ତ୍ରୀ ମନା କରିଦେଇଥିଲେ। ସମ୍ବିଧାନ ଏବଂ ରାଷ୍ଟ୍ରଗାନ ପ୍ରତି ଏପରି ଅଣଦେଖା କରାଯିବାରୁ ରାଜ୍ୟପାଳ ଗୃହକାର୍ଯ୍ୟରେ ସାମିଲ ନ ହୋଇ ଚାଲିଯାଇଥିଲେ।

ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ରାଜ୍ୟପାଳ ବିଧାନସଭାର ପରମ୍ପରା ଉଲ୍ଲଂଘନ କରିବାର ନୂଆ ପରମ୍ପରା ସୃଷ୍ଟି କରିଛନ୍ତି। ରାଜ୍ୟପାଳଙ୍କ ଏପରି କାର୍ଯ୍ୟ ପିଲାଳିଆମୀ ବୋଲି ଷ୍ଟାଲିନ କହିଛନ୍ତି, ଯାହାକୁ ରାଜଭବନ ପକ୍ଷରୁ ନିନ୍ଦା କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories