www.samajalive.in
Monday, December 15, 2025
17.1 C
Bhubaneswar

ଆଦିବାସୀ ଅଞ୍ଚଳ ଜଙ୍ଗଲୀ ରାସ୍ତା ପାଲଟିଛି ମରଣଯନ୍ତା

ରଣପୁରଗଡ଼: ସରକାର ପରେ ସରକାର ବଦଳୁଛି। ହେଲେ ଆଦିବାସୀଙ୍କୁ ମିଳୁଛି କେବଳ ପୁଳା ପୁଳା ପ୍ରତିଶ୍ରୁତି। ରଣପୁର ବ୍ଲକର ଅନେକ ଆଦିବାସୀ ଅଞ୍ଚଳର ଥିବା ଜଙ୍ଗଲୀ ରାସ୍ତାର ସ୍ଥିତି ସୁଧୁରୁନି। ରାଜନେତା କିମ୍ବା ବିଭାଗୀୟ ଅଧିକାରୀ ଏଦିଗରେ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି।

ରଣପୁର ନିର୍ବାଚନମଣ୍ଡଳୀ ବନ୍ଧମୁଣ୍ଡା ପଞ୍ଚାଯତର ସାନ ତୁଲୁବି, ଡିମିରିବାଡ଼ି, ରାଆଁଳା ଓ ନୂଆ ବେତୁଲୀ ଗାଁ ଆଦିବାସୀ ଅଧ୍ୟଷିତ ଅଞ୍ଚଳ ଭାବେ ପରିଚିତ। ଘରୁ ବାହାରିଲେ ଜଙ୍ଗଲି ରାସ୍ତାରେ ଅଞ୍ଚଳବାସୀଙ୍କୁ ରହିଛି ହାତୀ, ବାଘ ଭଳି ବନ୍ୟ ହିଂସ୍ରଜନ୍ତୁଙ୍କ ଭୟ। ଏହି ରାସ୍ତାରେ ପ୍ରସୂତିଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ଯିବା ଆସିବା କରନ୍ତି। ତେବେ ଗୁରୁତର ରୋଗୀଙ୍କୁ ମସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ନେବା ପାଇଁ ଆବଶ୍ୟକ ସମୟରେ ଆମ୍ବୁଲାନ୍ସ ମଧ୍ୟ ଆସିପାରୁ ନାହିଁ।

- Advertisement -

ସରପଞ୍ଚ କଳ୍ପନା ପ୍ରଧାନ କହିଛନ୍ତି ଯେ ମନରେଗା ଯୋଜନାରେ ଡିମିରିବାଡି ଗାଁକୁ କିଛି ରାସ୍ତା ହୋଇଛି, କିଛି ବାକି ଅଛି। ନୂଆ ବେତୁଲା ଗାଁ ରାସ୍ତା ପାଇଁ ମନରେଗା ଯୋଜନାରେ କୋଡ୍ ହେବ । ସାନ ତୁଲୁବି, ନାଥପୁର, ରାଆଁଳା, ଖୋଲାମୁଣ୍ଡା ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ହେବାପାଇଁ ପ୍ରସ୍ତାବ ଆଗତ ହୋଇଛି।

ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଖଣ୍ଡ ତଥା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ରାଉତ କହିଛନ୍ତି ଯେ ଜଗନ୍ନାଥ ପ୍ରସାଦଠାରୁ ଭାୟା ସାନ ତୁଲୁବି, ନାଥପୁର, ରାଆଁଳା ଦେଇ ଖୋଲାମୁଣ୍ଡା ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ହୋଇଛି। କିନ୍ତୁ ରାସ୍ତାରେ ଜଙ୍ଗଲ ଜମି ରହିଛି। ବନ ବିଭାଗକୁ ଫର୍ମ (କ)ରେ ଅନୁମତି ପାଇଁ ଆବେଦନ ହୋଇଛି। ମିଳିତ ତଦାରଖ ପରେ ଡିଏଫ୍‌ଓଙ୍କ ଅନୁମୋଦନ ପରେ କାର୍ଯ୍ୟ ଆରମ୍ଭ ହେବ।

ରଣପୁର ବନାଞ୍ଚଳ ଅଧିକାରୀ ସିନ୍ଧୁ ସିଂ କହିଛନ୍ତି ଯେ ଅଳ୍ପଦିନ ହେଲା ରଣପୁରରେ ଯୋଗ ଦେଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଆବେଦନ କରିଛନ୍ତି । ଖୁବଶୀଘ୍ର ମିଳିତ ତଦାରଖ କରି ଖୋଦ୍ଧା ବନଖଣ୍ଡ ଅଧିକାରୀଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯିବ । ବାଚସ୍ପତି ସୁରମା ପାଢ଼ୀ ଓ ସାଂସଦ ଡ. ସମ୍ବିତ ପାତ୍ରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଛନ୍ତି ବନ୍ଧମୁଣ୍ଡା ଆଦିବାସୀମାନେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories