www.samajalive.in
Monday, December 15, 2025
24.1 C
Bhubaneswar

ଭୋଜନ ପରେ ମିଠା ଖାଇବାକୁ ମନ ହୁଏ କି ? ଜାଣନ୍ତୁ ଏହାର କାରଣ

ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୬୬% ଭାରତୀୟ ଭୋଜନ ପରେ କିଛି ମିଠା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ସେହି ମିଠାରେ ଆଇସକ୍ରିମ୍, ରସଗୋଲା, ଗୋଲାପଜାମୁ, କ୍ୟାଡବରୀ ଚକୋଲେଟ୍, କେକ୍ ଇତ୍ୟାଦି ଅନ୍ତର୍ଭୁକ୍ତ।

ଖାଦ୍ୟ ବିଶେଷଜ୍ଞଙ୍କ ଅନୁସନ୍ଧାନରୁ ପ୍ରକାଶ ଯେ ଭାରତୀୟମାନେ ବିଦେଶରେ ଭୋଜନ କରିବା ସମୟରେ ମଧ୍ୟ ମିଠାର ଆବଶ୍ୟକତା ଅନୁଭବ କରିଥାନ୍ତି। ଏହାକୁ ନେଇ ଗବେଷଣା ହେବା ପରେ ଏ ସଂକ୍ରାନ୍ତ ତଥ୍ୟ ସାମ୍ନାକୁ ଆସିଥିଲା ।

- Advertisement -

ଭାରତୀୟମାନେ ଭୋଜନରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ୍ ଖାଦ୍ୟ ଖାଇଥାନ୍ତି। ଏହା ଶରୀର ପାଇଁ ଉତ୍ତମ। ହେଲେ ଆବଶ୍ୟକତାଠାରୁ ଅଧିକ କାର୍ବୋହାଇଡ୍ରେଟ୍ ଖାଇବା ଦ୍ବାରା ରକ୍ତରେ ଶର୍କରାର ପରିମାଣ ବଢ଼େ। ଏଣୁ ଆମର ମିଠା ଖାଦ୍ୟ ଖାଇବା ନିମନ୍ତେ ଲୋଭ ବଢ଼େ ।

ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଭାରତୀୟ ବ୍ୟଞ୍ଜନରେ ଅଧିକ ପରିମାଣରେ ଲୁଣର ଉପଯୋଗ ହୁଏ। ତେଣୁ ଏହା ଖାଇବା ପରେ ମିଠା ପ୍ରତି ଲାଳସା ବଢ଼ୁଥିବାର ବିଶେଷଜ୍ଞଙ୍କ ମତ ।

ତେବେ ଭୋଜନ ପରେ ମିଠା ଖାଇବାର ଇଚ୍ଛା ପଛରେ ମନସ୍ତତ୍ତ୍ବବିତ୍ ମଧ୍ୟ ମତ ପ୍ରକାଶ କରିଛନ୍ତି। ଭୋଜନ କରିବା ସମୟରେ ଆମ ମସ୍ତିଷ୍କରୁ ସେରେଟିନ୍ ନାମକ ରାସାୟନିକ ତତ୍ତ୍ବ ନିର୍ଗତ ହୁଏ, ଯାହା କାରଣରୁ ଆମର ମିଠା ଖାଇବାକୁ ଇଚ୍ଛା ହୋଇଥାଏ ।

 

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories