www.samajalive.in
Wednesday, December 10, 2025
23.1 C
Bhubaneswar

ଶରୀର ପାଇଁ କେତେ ଜରୁରୀ ସୈନ୍ଧବ ଲୁଣ

ସମାଜ ବ୍ୟୁରୋ : ଲୁଣ ଏକ ପଦାର୍ଥ ଯାହା ବିନା ଖାଦ୍ୟର ସ୍ୱାଦ ଅସମ୍ପୂର୍ଣ୍ଣ ।  ଯେପରି ଲୁଣ ବିନା ଖାଦ୍ୟର ସ୍ୱାଦ ମଳିନ ହୋଇଥାଏ , ସେହିପରି ଏହାର ଅତ୍ୟଧିକ ପରିମାଣ ସ୍ୱାଦ ଏବଂ ସ୍ୱାସ୍ଥ୍ୟ ଉଭୟକୁ ନଷ୍ଟ କରିଥାଏ ।  ତେଣୁ ଭଲ ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ଲୁଣର ସଠିକ୍ ପରିମାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଘରେ ସାଧାରଣତଃ ଧଳା ଲୁଣ ବ୍ୟବହୃତ ହୁଏ । ବେଳେବେଳେ ସୈନ୍ଧବ ଲୁଣ ଏବଂ କଳା ଲୁଣ ମଧ୍ୟ ବ୍ୟବହାର କରାଯାଏ। ସୈନ୍ଧବ ଲୁଣ ବା ରକ୍ ସଲ୍ଟ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ ।

ସୈନ୍ଧବ ଲୁଣ ଏକ ପ୍ରାକୃତିକ ଲୁଣ । ଏହାର ରଙ୍ଗ ଗୋଲାପି । ଏଥିରେ ଅନେକ ଆବଶ୍ୟକୀୟ ଖଣିଜ ପଦାର୍ଥ ଥାଏ । ଏହା ଶରୀରରେ ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ରଖିବାରେ ସାହାଯ୍ୟ କରେ, ପାଚନ ଶକ୍ତି ଉନ୍ନତ କରେ । ତଥାପି ଅତ୍ୟଧିକ ସେବନ କ୍ଷତିକାରକ ମଧ୍ୟ ହୋଇପାରେ। ଏହା ହିମାଳୟ ପର୍ବତ ପଥରରୁ ମିଳୁଥିବାରୁ ଏଥିରେ ଆଇରନ୍, କ୍ୟାଲସିୟମ୍, କପର , ପୋଟାସିୟମ୍ , ଜିଙ୍କ, ଆୟୋଡିନ୍, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍ ଏବଂ ସେଲେନିୟମ୍ ଭଳି ଖଣିଜ ପଦାର୍ଥ ଥାଏ । ପ୍ରାୟ ୮୫% ସୋଡିୟମ୍ କ୍ଲୋରାଇଡ୍ ଥାଏ , ବାକି ୧୫% ରେ ପ୍ରାୟ ୮୪ ପ୍ରକାରର ପୁଷ୍ଟିକର ପଦାର୍ଥ ରହିଛି । ଏହାକୁ ହିମାଳୟରେ ମିଳୁଥିବା ଗୋଲାପୀ ପଥରକୁ ପେସି ତିଆରି କରାଯାଏ। ହିମାଳୟ ସହ ପାକିସ୍ତାନର ପଞ୍ଜାବ ପ୍ରଦେଶର “ନମକ କୋହ” ନାମକ ପାହାଡ଼ରେ ମଧ୍ୟ ମିଳିଥାଏ ।

- Advertisement -

ସ୍ୱାସ୍ଥ୍ୟ ପାଇଁ ସୈନ୍ଧବ ଲୁଣ ଅତ୍ୟନ୍ତ ଲାଭଦାୟକ । ଏହା ଖାଦ୍ୟରେ ଥିବା ପୋଷକ ତତ୍ତ୍ୱକୁ ହଜମ କରିବାରେ ସାହାଯ୍ୟ କରେ । ଥଣ୍ଡା, କାଶ ଏବଂ ଗଳା ଯନ୍ତ୍ରଣା ପାଇଁ ମଧ୍ୟ ପଥର ଲୁଣ ଲାଭଦାୟକ । ଏହା ହାଡ଼ ଓ ମାଂସପେଶୀକୁ ସୁଦୃଢ଼ କରିବା ସହ ଚର୍ମକୁ ସୁସ୍ଥ ରଖିଥାଏ । ରକ୍ତଚାପ ନିୟନ୍ତ୍ରଣ ରଖିବାରେ ପ୍ରମୂଖ ଭୂମିକା ଗ୍ରହଣ କରେ । କିନ୍ତୁ ଏହାକୁ ଅତ୍ୟଧିକ ସେବନ କ୍ଷତିକାରକ ହୋଇପାରେ। ଅତ୍ୟଧିକ ସୈନ୍ଧବ ଲୁଣ ଖାଇବା ଦ୍ଵାରା ରକ୍ତଚାପ ବୃଦ୍ଧି ହୋଇପାରେ, କିଡନୀ ଉପରେ ଚାପ ପକାଇପାରେ ଏବଂ ଫୁଲା ସୃଷ୍ଟି କରିପାରେ । ଏହି ଲୁଣ ଥାଇରଏଡ୍ ରୋଗୀଙ୍କ ପାଇଁ ଲାଭଦାୟକ ନୁହେଁ କାରଣ ଏଥିରେ ଆୟୋଡିନ୍ ଅଭାବ ଥାଏ । ଉଚ୍ଚ ରକ୍ତଚାପ, ବୃକକ୍ ରୋଗ କିମ୍ବା ହୃଦ୍‌ରୋଗରେ ପୀଡିତ ଲୋକମାନେ ଏହାକୁ ଡାକ୍ତରଙ୍କ ପରାମର୍ଶରେ ସେବନ କରିବା ଉଚିତ। । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଜଣେ ବ୍ୟକ୍ତି ପ୍ରତିଦିନ 5 ଗ୍ରାମ ବା ଗୋଟିଏ ଚାମଚରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ  । WHOର ଅନ୍ୟ ଏକ ରିପୋର୍ଟ ଦର୍ଶାଉଛି ଯେ ଭାରତ ସମେତ ସାରା ବିଶ୍ୱରେ ଅଧିକାଂଶ ଲୋକ ଦୈନିକ ପ୍ରାୟ 10 ଗ୍ରାମ ଲୁଣ ବ୍ୟବହାର କରନ୍ତି, ଯାହା ଆବଶ୍ୟକତାଠାରୁ ଅନେକ ଗୁଣ ଅଧିକ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories