www.samajalive.in
Saturday, December 13, 2025
26.1 C
Bhubaneswar

ହନୁମାନ ଟାଟୁ କରିଛ, କେମିତି ସାହାଯ୍ୟ କରନ୍ତି.. କେଉଁ ମହିଳା ଖେଳାଳଙ୍କୁ ପଚାରିଲେ ମୋଦୀ

ସମାଜ ଡିଜିଟାଲ ଡେସ୍କ: ବିଶ୍ୱବିଜୟୀ ମହିଳା କ୍ରିକେଟ ଦଳ ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଦୁଇ ଘଣ୍ଟା ଧରି ମୋଦୀ ସେମାନଙ୍କ ସହିତ ଆଲୋଚନା କରିଥିଲେ । ବିଶ୍ୱକପରେ ଲଗାତାର ତିନୋଟି ମ୍ୟାଚରେ ପରାଜୟ ହୋଇଥିବା ମହିଳା ଦଳ କିଭଳି କଷ୍ଟକର ସମୟ ଦେଇ ପ୍ରତ୍ୟାବର୍ତନ କରିବା ସହ ଚମ୍ପିଆନ ହୋଇଥିବାର ସବୁ ଖେଳାଳୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱକପ ପ୍ଲେୟାର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ଦୀପ୍ତି ଶର୍ମାଙ୍କ ପାଇଁ ଡିଏସପି ଶଦ୍ଦ ବ୍ୟବହାର କରିଥିଲେ । ଯିଏକି ଉତ୍ତର ପ୍ରଦେଶ ପୁଲିସରେ ଡିଏସପି ମଧ୍ୟ ଅଛନ୍ତି । ଦୀପ୍ତି ମନେ ପକାଇ କହିଥିଲେ ଯେ ୨୦୧୭ରେ ମୋଦୀ ତାଙ୍କୁ କହିଥିଲେ ଯେ କେବେବି କଠିନ ପରିଶ୍ରମ କରିବା ବନ୍ଦ କର ନାହିଁ । ଦୀପ୍ତି କହିଥିଲେ ମୁଁ ଆପଣଙ୍କ ଭାଷଣ ଶୁଣିଛି, ଏହା ମୋତେ ଶକ୍ତି ପ୍ରଦାନ କରେ ।

- Advertisement -

ଦୀପ୍ତିଙ୍କ ସହିତ ପ୍ରଥମେ କଥା ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ‘ତୁମେ ଏକ ହନୁମାନ ଟାଟୁ କରିଛ, ଏହା ନିଶ୍ଚୟ ତୁମକୁ ସାହାଯ୍ୟ କରୁଥିବ । ମୁଁ ଶୁଣିଛି ତୁମେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ଜୟ ଶ୍ରୀରାମ’ ଲେଖିଛ । ଦୀପ୍ତ ହସି ହସି ହଁ କହିଥିଲେ, ଏବଂ ଏହା ମୋତେ ଶକ୍ତି ପ୍ରଦାନ କରିଥାଏ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ସବୁ ଖେଳାଳୀ ଏବଂ କୋଚଙ୍କ ସହି କଥା ବାର୍ତ୍ତା କରିଥିଲେ । ବିଶ୍ୱକପ ବିଜୟୀ ହୋଇଥିବାରୁ ସମସ୍ତଙ୍କ ମୁହଁ ମିଠା କରାଇବା ସହ ଶୁଭେଚ୍ଛା ଜଣାଇଥିଲେ ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories