ରାଜ୍ୟର ବିକାଶରେ ଅଂଶୀଦାର ହେବାକୁ ଅଧିକାରୀଙ୍କୁ ପରାମର୍ଶ

ସମବାୟ ବିଭାଗର କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶାରାଜ୍ୟ ସମବାୟ ବିଭାଗ ତରଫରୁଆଜି ପୂର୍ବାହ୍ନରେକୃଷି ଭବନ ସମ୍ମିଳନୀ କକ୍ଷରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିା ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରେ ଜଳ ପ୍ରଦାନ ପୂର୍ବ କକର୍ମଶାଳାର ଶୁଭାରମ୍ଭ କରିଥିଲୋ ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଲେ ଯେ ରାଜ୍ୟ ସରକାର ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ କରିବା ପାଇଁ ସଂକଳ୍ପବଦ୍ଧା  ଏ ଦିଗରେ ସମବାୟ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ବିଭାଗର ପ୍ରତ୍ୟେକ କର୍ମଚାରୀ ଦଳଗତ ମନୋଭାବ ନେଇ କାର୍ଯ୍ୟକଲେ ରାଜ୍ୟରେ ବିକାଶରଲକ୍ଷ୍ୟ ସହ ଲୋକମାନଙ୍କର ଆଶା-ଆକାଂକ୍ଷା ପୂରଣ ହୋଇପାରିବା ଏହି ବିକାଶ ପ୍ରକ୍ରିୟାରେ ଅଂଶୀଦାର ହେବା ପାଇଁ ସେ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ କହିବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲୋ
କର୍ମଶାଳାରେ ସମବାୟ ବିଭାଗଏବଂ ବିଭାଗ ଅଧିନସ୍ଥ ବିଭିନ୍ନ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ଆଗାମୀ ୧୦୦ ଦିନର କାର୍ଯ୍ୟପନ୍ଥାସହ ଚଳିତ ବର୍ଷ ଏବଂଆସନ୍ତା ୫ ବର୍ଷର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲୋ ଶେଷରେ ବିଭାଗର କାର୍ଯ୍ୟକ୍ରମ ଉପରେଆସିଥିବା ବିଭିନ୍ନମତାମତକୁ ପ୍ରାଧାନ୍ୟ ଦେଇଏସବୁର କାର୍ଯ୍ୟାନ୍ୱୟନ ଉପରେଆଲୋଚନା ହୋଇଥ#ଲାା

Comments are closed.