www.samajalive.in
Sunday, November 16, 2025
15.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବାୟୋଟେକ୍ନୋଲୋଜି ବିଭାଗରେ ଜାତୀୟ ସମ୍ମିଳନୀ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ‘ଜୀବ ବିଜ୍ଞାନ ଏବଂ ଜୈବ ପ୍ରଯୁକ୍ତିରେ ଉଦୀୟମାନ ଧାରା’ ଶୀର୍ଷକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ନୌ ସ୍ଥିତ ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ସସ୍ଥାନର ନିର୍ଦ୍ଦେଶକ ପ୍ରଫେସର ଅଜିତ କୁମାର ସସାନୀ ଯୋଗ ଦେଇ ପ୍ଲାଣ୍ଟ ଗୁଡିକର ଅମ୍ଳଜାନ ମୁକ୍ତ କରିବାର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ଓୟୁଏଟିର ପୂର୍ବତନ ପ୍ରଫେସର ଜ୍ଞାନ ରଞ୍ଜନ ରାଉତ ଯୋଗ ଦେଇ ଗବେଷଣା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପିଜି କାଉନସିଲ ଅଧକ୍ଷ ତଥା କୁଳପତି ଦାୟିତ୍ୱରେ ଥିବା ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଯୋଗ ଦେଇ ବିଭିନ୍ନ ଗବେଷଣା ଓ ବିକାଶ କାର୍ଯ୍ୟକଳାପ ଏବଂ ସଫଳତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ଆବାହକ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ ସମ୍ମିଳନୀର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଯୁଗ୍ମ ଆବାହକ ଡ. ସୁଶୀଲ କୁମାର ପାଠକ ଅତିଥି ପରିଚୟ ପ୍ରଦାନ କରିଥିଲେ l ପରିଚାଳନା ସମ୍ପାଦକ ଡ. ମନୋଜ କୁମାର ପାଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରୁ ଶତାଧିକ ଗବେଷକ, ଗବେଷିକା, ଛାତ୍ର, ଛାତ୍ରୀ ଯୋଗ ଦେଇଥିଲେ l ଏହି ଅବସରରେ ୭୩ ଜଣ ପୋଷ୍ଟର ପ୍ରଦର୍ଶନ କରିଥିଲେ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories