www.samajalive.in
Monday, December 15, 2025
15.1 C
Bhubaneswar

ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ପାଇଁ ଚୂଡାନ୍ତ ସମନ୍ୱୟ ବୈଠକ ଅନୁଷ୍ଠିତ

୨୫ରେ ଏକବାର ନୀତି ଓ ନେତଲାଗି; ୨୬ରେ ଜାଗରଯାତ୍ରା
ଚଳିତବର୍ଷ ୨ଦିନ ଧରି ପାଳନ ହେବ ଜାଗରଯାତ୍ରା ମହୋତ୍ସବ
ଭୋର ୪ଟାରେ ଦ୍ବାରଫିଟା ; ରାତ୍ର ୧.୩୦ରେ ଶ୍ରୀଜିଉଙ୍କ ସୁନାବେଶ
ଭୋର ୪.୩୦ରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ

ଆରଡି: ରାଜ୍ୟର ପ୍ରମୁଖ ଶୈବପୀଠ ଆରଡିଧାମର ଅଧିଶ୍ୱର ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଚଳିତ ମାସ ୨୬ରେ ଅନୁଷ୍ଠିତ ହେବ। ଯାତ୍ରା ଆଉ ମାତ୍ର ୩ଦିନ ବାକିଥିବାରୁ ପୀଠରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ବିଶେଷକରି ଜାଗରଯାତ୍ରାରେ ଆଗନ୍ତୁକ ଳକ୍ଷାଧିକ ଭକ୍ତ ଉଜାଗର ରହି ଦୀପ ଜାଳିବା ସହ ମହାଦୀପ ଓ ସୁନାବେଶ ଦର୍ଶନ କରିବେ। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ତା ଗ୍ରହଣ କରାଯାଇଛି। ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ସହ ଭରାନଦୀରେ ମଟରଚାଳିତ ଡଙ୍ଗାରେ ପାରି ହୋଇ ଆସୁଥିବା ଭକ୍ତମାନେ ଯେପରି ସୁଚାର ରୂପେ ଜଳଯାତ୍ରା କରିବେ ସେଥିପାଇଁ ପୂର୍ବାଞ୍ଚଳ ଡିଆଇଜି ଡ. ସତ୍ୟଜିତ ନାୟକ, ଭଦ୍ରକ ଏସପି ସନ୍ଦିପ ମଡକର ସମ୍ପଦ, ଏଏସିପି ଅଂଶୁମାନ ଦ୍ୱିବେଦୀଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ପୀଠରେ ଘନଘନ ସ୍ଥିତି ପରଖିବା ସହ ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି।

- Advertisement -

ମନ୍ଦିର ବାହାର ଚତୁଃପାର୍ଶ୍ବ ସଂକିର୍ଣ୍ଣ ରାସ୍ତା ଥିବାରୁ ଭକ୍ତମାନଙ୍କର କିପରି ଭାବେ ଭିଡ ନିୟନ୍ତ୍ରଣ ହୋଇପାରିବ ସେଥିପାଇଁ ଭଦ୍ରକ ଏସପି ଶ୍ରୀ ମଡକର ପୀଠରେ ଦୀର୍ଘସମୟ ଧରି ରହି କ୍ଷେତ୍ର ପରିଦର୍ଶନ କରିବା ସହ ମନ୍ଦିର ବେଢାରେ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ଜାଗରଯାତ୍ରାରେ ହେବାକୁ ଥିବା ସ୍ବତନ୍ତ୍ର ନୀତି ଓ ସୁନାବେଶ ଦର୍ଶନ, ମହାଦୀପ ମନ୍ଦିର ଚୂଡାକୁ ଉଠିବା ନେଇ ହୋଇଥିବା ନୀତିନୀର୍ଘଣ୍ଟ ବାବଦରେ ସେବାୟତଙ୍କ ଠାରୁ ପଚାରି ବୁଝିଥିଲେ। ଚଳିତବର୍ଷ ପୀଠରେ ଜାଗରଯାତ୍ରା ମହୋତ୍ସବ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୨ଦିନ ଧରି ପାଳନ କରାଯିବ ବୋଲି ରବିବାର ଅନୁଷ୍ଠିତ ଚୂଡାନ୍ତ ସମନ୍ୱୟ ବୈଠକରେ ଜାଗରଯାତ୍ରା କମିଟିର ଅଧ୍ୟକ୍ଷ ତଥା ଭଦ୍ରକ ଜିଲାପାଳ ଦିଲିପ ରାଉତରାୟ ପ୍ରକାଶ କରିଥିଲେ। ଏହି ବୈଠକରେ ମନ୍ଦିର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ ସୌରଭ ଚକ୍ରବର୍ତ୍ତୀ, ଚାନ୍ଦବାଲି ବିଡିଓ, ତହସିଲିଦାର ଭବତୋଷ ମଲିକ, ଜିଲା ଚିକିତ୍ସାଧିକାରୀ ଧୁଷୁରୀ ଥାନା ଅଧିକାରୀ, ଟ୍ରଷ୍ଟ ବୋର୍ଡ ସଭ୍ୟ ସରୋଜ ଦାସ, ସେବାୟତ ପ୍ରତିନିଧି ସନ୍ତୋଷ ପାଢୀଙ୍କ ସହ ମନ୍ଦିରର ବରିଷ୍ଠ ସେବାୟତ, ଜିଲା ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ଚଳିତ ବର୍ଷ ଆଗନ୍ତୁକ ଭକ୍ତମାନେ ବାବାଙ୍କୁ ଦର୍ଶନ ପାଇଁ ଦକ୍ଷିଣଦ୍ୱାରର ନୂତନ ମୁଖଚାଳି ଦ୍ୱାର ଦେଇ ବ୍ୟାରିକେଡ଼ରେ ଆସିବା ପରେ ମନ୍ଦିର ଭିତର ବେଢାକୁ ପ୍ରବେଶ କରି ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିବାର ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଥିଲେ। ସେହିପରି ରାତ୍ର ୧.୩୦ରୁ ୩.୩୦ଯାଏଁ ଦୀର୍ଘ ୨ଘଣ୍ଟା ଧରି ସୁନାବେଶ ଦର୍ଶନ ପାଇଁ ଭକ୍ତମାନଙ୍କର ଭିଡ ବଢିବ ଓ ପରେ ଭୋର ୪.୩୦ରେ ମହାଦୀପ ମନ୍ଦିର ଚୂଡାକୁ ଉଠିବ। ଏହି ସମୟରେ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ବହୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବ୍ୟାପକ ଫୋର୍ସ ମୁତୟନ ରହିବେ ବୋଲି ଏସପି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories