www.samajalive.in
Saturday, December 6, 2025
26.1 C
Bhubaneswar

ଶୁଟିଂ ପାଇଁ ଷ୍ଟଣ୍ଟ ସମୟରେ ଆହତ ହେଲେ ଗୁରୁ ରନ୍ଧୱା

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବୀ ଗାୟକ ଗୁରୁ ରନ୍ଧୱା ଏକ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଛନ୍ତି। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି। ଏ ସମ୍ପର୍କରେ ​‌ସେ ନିଜେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ନିଜ ଫିଲ୍ମ ଶୁଟିଂ ସମୟରେ ଏକ ଷ୍ଟଣ୍ଟ କରିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ।

ନିକଟରେ ଗୁରୁ ରନ୍ଧୱା ‘ଶୌନ୍‌କୀ ସର୍ଦ୍ଦାର’ ଚଳଚ୍ଚିତ୍ରର ଶୁଟିଂ ସମୟରେ ଏକ ଷ୍ଟଣ୍ଟ ପ୍ରଦର୍ଶନ କରୁଥିଲେ। ଅସାବଧାନତା ବଶତଃ ସେ ଆଘାତପ୍ରାପ୍ତ ହୋଇଥିଲେ। ସେ ପୋଷ୍ଟ କରିଥିବା ଫଟୋ କ୍ୟାପସନରେ ଲେଖିଛନ୍ତି, ମୋର ପ୍ରଥମ ଷ୍ଟଣ୍ଟ, ପ୍ରଥମ ଆଘାତ। କିନ୍ତୁ ଆତ୍ମବିଶ୍ଵାସ ହରାଇନାହିଁ। ଆକ୍ସନ ଷ୍ଟଣ୍ଟ କରିବା ବହୁତ କଷ୍ଟକର। ମାତ୍ର ପ୍ରଶଂସକମାନଙ୍କ ପାଇଁ ସେ କଡ଼ା ପରିଶ୍ରମ କରିବେ ବୋଲି କହିଛନ୍ତି। ରନ୍ଧୱାଙ୍କ ପୋଷ୍ଟ ପରେ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories