www.samajalive.in
Monday, December 15, 2025
17.1 C
Bhubaneswar

ଶୁଟିଂ ପାଇଁ ଷ୍ଟଣ୍ଟ ସମୟରେ ଆହତ ହେଲେ ଗୁରୁ ରନ୍ଧୱା

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବୀ ଗାୟକ ଗୁରୁ ରନ୍ଧୱା ଏକ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଛନ୍ତି। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି। ଏ ସମ୍ପର୍କରେ ​‌ସେ ନିଜେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ନିଜ ଫିଲ୍ମ ଶୁଟିଂ ସମୟରେ ଏକ ଷ୍ଟଣ୍ଟ କରିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ।

ନିକଟରେ ଗୁରୁ ରନ୍ଧୱା ‘ଶୌନ୍‌କୀ ସର୍ଦ୍ଦାର’ ଚଳଚ୍ଚିତ୍ରର ଶୁଟିଂ ସମୟରେ ଏକ ଷ୍ଟଣ୍ଟ ପ୍ରଦର୍ଶନ କରୁଥିଲେ। ଅସାବଧାନତା ବଶତଃ ସେ ଆଘାତପ୍ରାପ୍ତ ହୋଇଥିଲେ। ସେ ପୋଷ୍ଟ କରିଥିବା ଫଟୋ କ୍ୟାପସନରେ ଲେଖିଛନ୍ତି, ମୋର ପ୍ରଥମ ଷ୍ଟଣ୍ଟ, ପ୍ରଥମ ଆଘାତ। କିନ୍ତୁ ଆତ୍ମବିଶ୍ଵାସ ହରାଇନାହିଁ। ଆକ୍ସନ ଷ୍ଟଣ୍ଟ କରିବା ବହୁତ କଷ୍ଟକର। ମାତ୍ର ପ୍ରଶଂସକମାନଙ୍କ ପାଇଁ ସେ କଡ଼ା ପରିଶ୍ରମ କରିବେ ବୋଲି କହିଛନ୍ତି। ରନ୍ଧୱାଙ୍କ ପୋଷ୍ଟ ପରେ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories