www.samajalive.in
Monday, December 15, 2025
17.1 C
Bhubaneswar

ଆନ୍ଦୋଳନ ମୁହାଁ ସମବାୟ ସମିତି କର୍ମଚାରୀ

ସମ୍ବଲପୁର: ଆଗାମୀ ଦିନରେ ରବି ଧାନ କିଣା ପାଇଁ ଚାଷୀ ପଞ୍ଜିକରଣ ହେବାକୁ ଯାଉଛି। କିନ୍ତୁ ଏହି ସମୟରେ ସମବାୟ ସମିତି କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଛନ୍ତି। ପଶ୍ଚିମ ଓଡିଶା ପ୍ରାଥମିକ ଓ ବୃହଦାକାର କୃଷି ସମବାୟ ସମିତି କର୍ମଚାରୀ ସଙ୍ଘର ଏକ ମହତ୍ତ୍ୱପୂର୍ଣ୍ଣ ବୈଠକ ସଂଘର ସଭାପତି ତଥା ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସଭାପତିତ୍ୱରେ ରବିବାର ସମ୍ବଲପୁରର ହୋଟେଲ ହରିଜିତ ରେସିଡେନ୍ସିଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମବାୟ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟତଃ କର୍ମଚାରୀ ମାନଙ୍କୁ ସପ୍ତମ ବେତନ ହାରରେ ଦରମା ଦେବା ଉପରେ ଆଲୋଚନା କରାଯାଇଥିଲା। ସପ୍ତମ ବେତନ ହାରରେ ଦରମା ନେଇ ନିବନ୍ଧକ, ସମବାୟ ସମିତି ସମୂହ, ଓଡିଶାଙ୍କ ପତ୍ର ସଂଖ୍ୟା ୨୭୩୯ରେ କେବଳ ଅଡିଟ ବର୍ଗ ଏ ଶ୍ରେଣୀର ସମବାୟ ସମିତିର କର୍ମଚାରୀ ମାନେ ସପ୍ତମ ବେତନ ହାରରେ ଦରମା ନେବା ପାଇଁ ଉପ-ନିବନ୍ଧକ, ସମବାୟ ସମିତି ସମୂହମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପତ୍ର ଉପରେ ସଂଘର ସଦସ୍ୟମାନେ ଆଜି ବୈଠକରେ କ୍ଷୋଭ ପ୍ରକାଶ କରିଥିଲେ। ଗତ ବର୍ଷ ମାର୍ଚ୍ଚ ମାସରେ ସମବାୟ ସମିତି କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସମୟରେ ସରକାର କର୍ମଚାରୀ ମାନଙ୍କ ବିଭିନ୍ନ ଦାବୀ ଗୁଡିକ ଉପରେ ସକାରାତ୍ମକ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ଏହି ଘଟଣାକୁ ବର୍ତମାନ ଏକ ବର୍ଷ ପୂରିବାକୁ ଯାଉଅଛି, କିନ୍ତୁ ସରକାର କର୍ମଚାରୀଙ୍କ ବିଭିନ୍ନ ଦାବୀ ଉପରେ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଯଦି ସରକାର ସଂଘର ଦାବୀ ଉପରେ ଯଥାଶୀଘ୍ର କିଛି ସକାରାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ ନ କରନ୍ତି, ତେବେ ଆଗକୁ ସଂଘ ଆନ୍ଦୋଳନ ମୁହାଁ ହେବ ବୋଲି ଆଜି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories