ବିନା ସୂଚନା ଫଳକରେ ଶୌଚାଳୟ ନିର୍ମାଣ

ପାଟଣା: ସାହାରପଡ଼ା ବ୍ଲକ ଅନ୍ତର୍ଗତ ବାଇକଳା ପଞ୍ଚାୟତ ଅନ୍ତର୍ଗତ ବିଲା ତାରିଣୀ ମନ୍ଦିର ନିକଟରେ ଏକ ଶୌଚାଳୟ ନିର୍ମାଣ ହେଉଛି ମାତ୍ର ସେଠାରେ କୌଣସି ସୂଚନା ଫଳକ ତିଆରି କରାଯାଇନଥିବାରୁ ତାହା କେଉଁ ବିଭାଗର କିମ୍ବା କେତେ ଟଙ୍କା ବ୍ୟୟ ହେବ ତାହା ସାଧାରଣ ଲୋକଙ୍କୁ ଜଣାପଡ଼ୁନାହିଁ। ସରକାରଙ୍କ ଜଳ ଓ ପରିମଳ ମିଶନ ସହାୟତାରେ ଦିଆଯାଉଥିବା ପାଇଖାନା ଠାରୁ ସାମାନ୍ୟ ବଡ଼ କରି ତିଆରି କରାଯାଉଥିବା ଏହି ଶୌଚାଳୟଟିରେ ୩ ଲକ୍ଷ ଟଙ୍କା ବ୍ୟୟ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କାମ ସମୟରେ କୌଣସି କନିଷ୍ଠ ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ କାମ ପାଖକୁ ଆସିନଥିବା ଗ୍ରାମର କିଛି ଲୋକ ଅଭିଯୋଗ କରୁଛନ୍ତି। ତାରିଣୀ ମନ୍ଦିରରେ ଅନେକ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଏପରିକି ବିବାହ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ। ତେଣୁ ଉକ୍ତ ଶୌଚାଳୟଟିକୁ ଆଉଟିକେ ବଡ଼ ଏବଂ ୨୪ ଘଣ୍ଟିଆ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।
Comments are closed.