ଆଉ ଆସିବନି ବିଏମଡବ୍ଲୁର ଏହି ୨ ବାଇକ୍, ବିକ୍ରି ବନ୍ଦ କଲା କମ୍ପାନୀ

ନୂଆଦିଲ୍ଲୀ : ବିଏମଡବ୍ଲୁ ଭାରତରେ ନିଜ ୨ ଶସ୍ତା ମୋଟରସାଇକେଲ ବନ୍ଦ କରିଦେଇଛି । କମ୍ପାନୀ ନିଜ ବିଏମଡବ୍ଲୁ ଜି୩୧୦ଆର୍ ରୋଡଷ୍ଟର୍ ଓ ଜି୩୧୦ଜିଏସ୍ ଆଡଭେଞ୍ଚର ଟୁରରକୁ ପୋର୍ଟଫୋଲିଓରୁ ହଟାଇଦେଇଛି । ଏହି ୨ ମୋଟରସାଇକେଲ ୮ ବର୍ଷ ଧରି ଭାରତୀୟ ବଜାରରେ ବିକ୍ରି ହେଉଥିଲା ।

କହିରଖୁଛୁ ଏହି ମୋଟରସାଇକେଲର ଉତ୍ପାଦନ ଜାନୁୟାରୀ ୨୦୨୫ରେ ବନ୍ଦ କରିଦିଆଯାଇଥିଲା । ୧ ଏପ୍ରିଲ ୨୦୨୫ ପରଠୁ ଏହାର ବିକ୍ରି ବନ୍ଦ କରିଦିଆଯାଇଛି । ଗତ ୮ ବର୍ଷରେ ଭାରତୀୟ ବଜାରରେ ୩୧୦ ସିସିର ଏହି ବାଇକ୍ ବହୁତ କମ୍ ଗ୍ରାହକଙ୍କୁ ଆକର୍ଷିତ କରିପାରିଛି । ଏହାର ବିକ୍ରି କିଛି ଖାସ୍ କରିପାରିନି କମ୍ପାନୀ । ଏହାର ଅଧିକ ଦାମ୍ ଗ୍ରାହକଙ୍କୁ ପସନ୍ଦ ନଆସିବା କାରଣରୁ ସମାନ ଫିଚର୍ ଥିବା ଅନ୍ୟ କମ୍ପାନୀ ଗାଡିକୁ କମ୍ ଦାମରେ ଲୋକେ ଆଗ୍ରହର ସହିତ କ୍ରୟ କରୁଛନ୍ତି ।

ବିଏମଡବ୍ଲୁ ଜି୩୧୦ଆରରେ ୩୧୨ ସିସିର ଲିକ୍ବିଡ୍-କୁଲ୍ଡ ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ବ୍ୟବହାର କରାଯାଇଛି ଯାହା ୩୪ ବିଏଚପିର ସର୍ବାଧିକ ପାଓ୍ବର ଓ ୨୮ ଏନଏମର ପିକ୍ ଟର୍କ ଉତ୍ପନ କରୁଥିଲା । ଭାରତୀୟ ବଜାରରେ ଏହାର ଏକ୍ସ –ଶୋରୁମ୍ ଦାମ୍ ୨.୯୦ ଲକ୍ଷ ଟଙ୍କା ଥିଲା । ଅନ୍ୟପଟେ ଜି୩୧୦ଜିଏସ୍ ଏକ ଆଡଭେଞ୍ଚର ଟୁରର ବାଇକ୍ ଥିଲା ଯାହାର ଭାରତୀୟ ବଜାରରେ ଏକ୍ସ-ଶୋରୁମ୍ ଦାମ୍ ୩.୩୦ ଲକ୍ଷ ଟଙ୍କା ଥିଲା ।

Comments are closed.