www.samajalive.in
Sunday, December 14, 2025
14.1 C
Bhubaneswar

ମହାନଗର ଶାନ୍ତି କମିଟି ପକ୍ଷରୁ ବିଶାଳ ବନ୍ଧୁ ମିଳନ ଓ ବଣଭୋଜି

କଟକ: ନରାଜ ବ୍ରିଜ ସନ୍ନିକଟ ବ୍ରଜବିହାରୀପୁର(ଆଇ.ବି.) ଡାକବଙ୍ଗଳାଠାରେ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଏକ ବିଶାଳ ବନ୍ଧୁ ମିଳନ ଓ ବଣଭୋଜି ରବିବାର ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ କମିଟିର ସଭାପତି ଦେବେନ୍ଦ୍ରନାଥ ସାହୁ ଅଧ୍ୟକ୍ଷତା କରିଥିଲେ। ସାଧାରଣ ସମ୍ପାଦକ ଭିକାରୀ ଦାସ ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ କଟକ ସହରର ଭାଇଚାରା ସମ୍ପର୍କକୁ ଅକ୍ଷୁର୍ଣ୍ଣ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଶାନ୍ତି କମିଟି ପକ୍ଷରୁ ଏଭଳି ବନ୍ଧୁ-ମିଳନ ଓ ବଣଭୋଜିର ଆୟୋଜନ କରାଯାଉଛି ବୋଲି ସୂଚନା ଦେଇଥିଲେ। କମିଟି ପକ୍ଷରୁ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଟକ ମହାନଗର ପୂଜା କମିଟି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତକୁମାର ତ୍ରିପାଠୀ, କଟକ ମହାନଗର ନିଗମ ମେୟର ସୁବାସ ସିଂହ, ବାରବାଟୀ-କଟକ ବିଧାୟିକା ଇଂ. ସୋଫିଆ ଫିର୍ଦ୍ଦୋଷ, ପୂର୍ବତନ ବିଧାୟକ ଡ଼. ପ୍ରଭାତରଞ୍ଜନ ବିଶ୍ୱାଳ, ପୂର୍ବତନ ବିଧାୟକ ଇଂ. ମହମ୍ମଦ ମୋକିମ, କଟକ ଡିସିପି ଜଗମୋହନ ମୀନାଙ୍କ ସମେତ ପୁଲିସ ପ୍ରଶାସନର ସମସ୍ତ ପଦାଧିକାରୀ, ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ଡ଼. ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ, ବରିଷ୍ଠ ବିଜେପି ନେତା ନୟନକିଶୋର ମହାନ୍ତି, ବିଜେଡିର ମଧୁସୁଦନ ସାହୁ, କଟକ ବିଜେପି ସଭାପତି ସୁକାନ୍ତକୁମାର ବିଶ୍ୱାଳ, କଂଗ୍ରେସର ସୁରେଶ ମହାପାତ୍ର, କଟକ ବିଜେପିର ଲଲାଟେନ୍ଦୁ ବଡୁ, ସିପିଆଇର ଅମରେନ୍ଦୁ ମହାନ୍ତି, ସିପିଏମର ବଦ୍ରିନାରାୟଣ ଦାସ, ଡ଼. ରଞ୍ଜନକୁମାର ବିଶ୍ୱାଳ ପ୍ରମୁଖ ଶାନ୍ତି କମିଟିର ସାଂଗଠନିକ ଦକ୍ଷତାକୁ ଭୁୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୭୬ ମଣ୍ଡପର ସଭାପତି ଏବଂ ସମ୍ପାଦକ, ୭୨ ସଂକୀର୍ତ୍ତନ ମଣ୍ଡଳୀ ଅନ୍ତର୍ଭୁକ୍ତ ୪ ଦିଗଭାଗର ପଦାଧିକାରୀ ଏବଂ ନଦୀୟା ସଂକୀର୍ତ୍ତନ ମହାମଣ୍ଡଳର ପଦାଧିକାରୀମାନଙ୍କ ସମେତ ସମ୍ବାଦପତ୍ର ଓ ଗଣମାଧ୍ୟମର ପ୍ରତିନିଧି ଏବଂ କଟକ ଜିଲ୍ଲା ପ୍ରଶାସନର ପଦାଧିକାରୀମାନେ ଯୋଗଦେଇ ବନ୍ଧୁମିଳନକୁ ସଫଳ କରାଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories