ଡେସ୍କ: ଓଡିଶା ପ୍ରଦେଶ କଂଗ୍ରେସର ନବ ନିଯୁକ୍ତ ସଭାପତି ଭକ୍ତ ଚରଣ ଦାସଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି। ସେ ଭୁବନେଶ୍ୱରର ଉତ୍କଳ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର ହୋଇଥିବା ଜଣାପଡିଛି। ଏବେ ସେ ସୁସ୍ଥ ଅଛନ୍ତି। ସମସ୍ତଙ୍କ ଶୁଭକାମନା ଓ ଆଶୀର୍ବାଦ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି।
ସଦ୍ୟ ସମାପ୍ତ ସଂକଳ୍ପ ପଦଯାତ୍ରା ସମୟରେ ଗହଳି ମଧ୍ୟରେ ସେ ପଡିଯାଇଥିଲେ ଫଳରେ ହାତ ଭାଙ୍ଗି ଯାଇଥିଲା। ତଥାପି ସେହି ଅବସ୍ଥାରେ ସେ ପଦଯାତ୍ରା ସମାପ୍ତ କରିବା ସହ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।



