www.samajalive.in
Friday, December 12, 2025
23.1 C
Bhubaneswar

ବିପର୍ଯ୍ୟୟ ପରିଚାଳନା ପାଇଁ ସାମୁହିକ ଓ ବ୍ୟକ୍ତିଗତ ସ୍ତରୀୟ ପ୍ରସ୍ତୁତି ନିମନ୍ତେ ପ୍ରଶିକ୍ଷଣ

ଫୁଲବାଣୀ: ବିପର୍ଯ୍ୟୟ ପରିଚାଳନା ପାଇଁ ସାମୁହିତ ଓ ବ୍ୟକ୍ତିଗତ ସ୍ତରୀୟ ପ୍ରସ୍ତୁତି ନିମନ୍ତେ ପ୍ରଶିକ୍ଷଣ ଶିବିର ଆୟୋଜିତ ଅବସରରେ କନ୍ଧମାଳ ବିପର୍ଯ୍ୟୟ ପରିଚାଳନା ପ୍ରସମନ ବିଭାଗ, ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରସମନ ମିଳିତ ସହେଯାଗ ରେ ଫୁଲବାଣୀ ବ୍ଲକ କାଣିବାଲି ଠାରେ ଟିମ୍‌‌ କମାଣ୍ଡର ବିନୋଦ କୁମାର ମିନାଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଏକ ଦିନିକିଆ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷଣ ଶିବିରରେ ଗ୍ରାମବାସୀଙ୍କୁ ବିଭିନ୍ନ ବିପର୍ଯ୍ୟୟ ସମୟରେ ବିଭିନ୍ନ କୌଶଳ ମଧ୍ୟରେ ପାଣିରେ ବୁଡିଯାଉଥିବା ବେଳେ, ବିଜୁଳି ମାରିବା ସମୟରେ, ଭୂମିକମ୍ପ ସମୟରେ, ସାପ ଦଂଶନ ସମୟରେ, ଛୋଟ ପିଲା କିମ୍ବା ବଡ ଲୋକଙ୍କ ଗଳାରେ କିଛି ଦ୍ରବ୍ୟ ଲାଗିଲେ କିଭଳି ଭାବେ ରକ୍ଷା କରି ପାରିବେ ସେ ବିଷୟରେ ଶିକ୍ଷା ପ୍ରଦାନ କରାଯାଇଥିଲା। ବିଶ୍ୱରଞନ କର ପ୍ରାରମ୍ଭରେ କର୍ମଶାଳା ଉପରେ ଆଲୋକପାତ କରିଥିବା ବେଳେ ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ, ଆଦିଦାଶ ତ୍ରିପାଠୀ, ମନୋରଞନ ମିଶ୍ର, କ୍ରିଷ୍ଣା ଢାଙ୍କା, ମିକ୍ରମ ସାହୁ ଓ ମୁକେଶ ରାଘବ ପ୍ରମୁଖ ବିଭିନ୍ନ କୌଶଳ ଗ୍ରାମବାସି ଙ୍କ ସମ୍ମୁଖରେ ପ୍ରଦର୍ଶିତ କରି ବୁଝାଇଥିଲେ। ସ୍ଥାନୀୟ ପଂଚାୟତ ପ୍ରତିନିଧି ଚନ୍ଦ୍ରାବତୀ ମୁଖୀ ଙ୍କ ସହିତ ଶତାଧିକ ପୁରୁଷ ମହିଳା ଯୋଗଦେଇ ପ୍ରଶିକ୍ଷଣ ନେଇଥିବା ବେଳେ ମା ଗୃହ କଟ୍ରିଙ୍ଗିଆ ତରଫରୁ ସସ୍ମିତା ବେହେରା ଓ ଗିତାଞ୍ଜଳି ମୁଖୀ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories