www.samajalive.in
Monday, December 15, 2025
15.1 C
Bhubaneswar

ଦୁଇଦିନ ପରେ ମିଳିଲା ଛାତ୍ରୀଙ୍କ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା

 

ସିମୁଳିଆ : ବାଡ଼ୁଳି ଖଜୁରେଶ୍ୱର ନୋଡାଲ ବିଦ୍ୟାଳୟର ନାବାଳିକା ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ଦୁଇଦିନ ପରେ ସିମୁଳିଆ ପୁଲିସ ଓ ଦମକଳ ବାହିନୀ ତଦନ୍ତ କରିବା ପରେ ବାଡ଼ୁଳି ସ୍ଥିତ ଦଳ ଗଡିଆରେ ଛାତ୍ରୀର ମୃତଦେହ ଉଦ୍ଧାର ହୋଇଛି।

- Advertisement -

ସୁଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା  ଅନ୍ତର୍ଗତ କହ୍ନେଇବିନ୍ଧା ପଞ୍ଚାୟତ ବାଡ଼ୁଳି ଖଜୁରେଶ୍ୱର ନୋଡାଲ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ପୋଖରୀକୁ ପକାଇ ଦେଇଥିବାର ଜଣା ପଡିଛି।  ସିମୁଳିଆ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ଶୁକ୍ରବାର ଦିନ ଗାଁରେ ଦଧିନାଚ ଦେଖିବାକୁ ଯାଇ ଝିଅ ଘରକୁ ଫେରି ନ ଥିଲା ।  ଘରକୁ ଫେରିବା ବିଳମ୍ବ ଦେଖି ପରିବାର ଲୋକ ବହୁତ ଖୋଜିଥିଲେ । ଶେଷରେ ଅନ୍ୟ ଉପାୟ ନ ପାଇ ମା ସିମୁଳିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ସିମୁଳିଆ ଥାନାଧିକାରୀ ଶ୍ରବଣ କୁମାର ମହାରଣାଙ୍କ ସହିତ ପୁଲିସ ଓ ସନ୍ଧାନୀ କୁକୁର,ଦମକଳ ବାହିନୀ ନିଖୋଜ ଥିବା ଝିଅର ଗାଁରେ ପହଂଚି ତଦନ୍ତ କରିଥିଲେ । ଆଖ ପାଖରେ ସବୁଠି ଖୋଜାଖୋଜି କରିଥିଲେ ହେଲେ କିଛି ସୁରାଖ ପାଇ ନ ଥିଲେ । ଦୁଇଦିନ ଧରି ସିମୁଳିଆ ଥାନାଧିକାରୀ ଶ୍ରବଣ କୁମାର ମହାରଣାଙ୍କ ନେତୃତ୍ୱରେ ସବଇନିସ୍ପେକ୍ଟର ସରୋଜ କୁମାର ଦାଶ ଓ ପୋଲିସ ଟିମକୁ ନେଇ ତଦନ୍ତ ଜାରୀ ରଖିଥିବା ବେଳେ ଆଜି ଗ୍ରାମର ଏକ ପୋଖରୀରୁ ଶବ ଭାସୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ସିମୁଳିଆ ପୁଲିସ ପହଂଚିବା ପରେ ସିମୁଳିଆ ତହସିଲଦାର ସୁନୀଲ କୁମାର ଟୁଡୁଙ୍କ ଉପସ୍ଥିତରେ ଦମକଳ ବାହିନୀ ସାହାଯ୍ୟରେ ଶବ ଉପରକୁ ଅଣାଯିବା ପରେ ତଦନ୍ତ ହୋଇଥିଲା । ଦଶ ବର୍ଷର ଝିଅକୁ ଦୁଷ୍କର୍ମ କରି ମାରି ଦିଆ ଯାଇଥିବାର ପୋଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି। ସିମୁଳିଆ ଥାନାରେ କେଶ ନମ୍ବର ୭୩/୨୫ ରେ ମୋକଦମା ରୁଜୁ କରାଯାଇଛି ଓ ଏସଆଇ ସରୋଜ କୁମାର ଦାଶଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ଓ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ । ବାଲେଶ୍ବର ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିରଞ୍ଜନ ବେହେରା ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories