www.samajalive.in
Sunday, December 7, 2025
14.1 C
Bhubaneswar

୨୭ ଫେବୃଆରୀରେ ଶକ୍ତିଶାଳୀ ଲକ୍ଷ୍ମୀ ନାରାୟଣ ରାଜଯୋଗ : ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବ ବିବାହ, ହେବେ ମାଲାମାଲ୍‌..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅମାବାସ୍ୟାରେ ବୁଧଙ୍କ ଚଳନ ହେତୁ ମୀନ ରାଶିରେ ଶୁକ୍ର ଓ ବୁଧ ଗ୍ରହ ଏକାଠି ହେବାକୁ ଯାଉଛନ୍ତି । ଫଳରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି ହେବ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ ୩ ରାଶି ବ୍ୟକ୍ତି ବିଶେଷ ଭାଗ୍ୟବାନ୍‌ ହେବେ ।

ଶୁକ୍ର ଗ୍ରହ ଧନ, ବୈଭବ, ସୁଖ-ସମୃଦ୍ଧି,ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ-ଆରାମ ଓ ପ୍ରେମର କାରକ । ବୁଧ ଓ ଶୁକ୍ରଙ୍କ ସ୍ଥିତିରେ ପରିବର୍ତ୍ତନ ହେବା ଦ୍ୱାରା ପ୍ରତ୍ୟେକ ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିଥାଏ ।

- Advertisement -

ବର୍ତ୍ତମାନ ସମୟରେ ଶୁକ୍ର ମୀନ ରାଶିରେ ରହିଛନ୍ତି ଓ ବୁଧ ଗ୍ରହ ୨୭ ଫେବୃଆରୀରେ ମୀନ ରାଶିରେ ଚଳନ କରିବେ । ମୀନ ରାଶିରେ ବୁଧ –ଶୁକ୍ର ଏକାଠି ହେବା ଦ୍ୱାରା ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି ହେବ ।

୨୭ ଫେବୃଆରୀରେ ଫାଲଗୁଣ ଅମାବାସ୍ୟା ମଧ୍ୟ । ଫଳରେ ଏହି ବିଶେଷ ରାଜଯୋଗର ଅତ୍ୟନ୍ତ ଶୁଭଫଳ ମିଳିବ । ଏହି ରାଶି ପାଇବେ ଶୁଭଫଳ..

ଧନୁ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ କ୍ଷେତ୍ରରେ ବିଶେଷ ଭାବେ ଲାଭବାନ୍‌ ହେବେ । ପରିବାର ସଦସ୍ୟଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ । ଜୀବନରେ ହସଖୁସିର ଆଗମନ ହେବ । ଦୀର୍ଘ ଦିନରୁ ଲାଗି ରହିଥିବା ରୋଗ ଦୂର ହେବ । ମାନ-ସମ୍ମାନ ବୃଦ୍ଧି ହେବ । ଧନ ସମ୍ପତ୍ତି ବୃଦ୍ଧି ହେବ ।

କନ୍ୟା- ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ସୁଖସମୃଦ୍ଧି ବୃଦ୍ଧି ହେବ ।

କର୍କଟ- ପରିବାର ସହ ହସଖୁସିରେ ସମୟ ଅତିବାହିତ କରିବେ । ଅନେକ କ୍ଷେତ୍ରରେ ସଫଳତା ପାଇବେ । ଧାର୍ମିକ ଯାତ୍ରାର ଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଅଟକି ଥିବା କାମ ପୂରଣ ହେବ ।

ଦେଖନ୍ତୁ ଭିଡିଓ ; ଚଳନ୍ତା ଟ୍ରେନ୍‌ରେ ଯୁବତୀଙ୍କ ରିଲ୍ସ, ତା’ପରେ..

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories