www.samajalive.in
Sunday, December 7, 2025
13.1 C
Bhubaneswar

ମହାରାଷ୍ଟ୍ର ରାଜନୀତି ସରଗରମ: ସିନ୍ଦେ ଗୋଷ୍ଠୀର ୨୦ ବିଧାୟକଙ୍କ ସୁରକ୍ଷା ହ୍ରାସ

ମୁମ୍ବଇ: ମହାରାଷ୍ଟ୍ରରେ ଏନଡିଏର ଦୁଇ ସହଯୋଗୀ ଦଳ ବିଜେପି ଓ ଶିବସେନା ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ତୀବ୍ର ହୋଇଛି। ମହାରାଷ୍ଟ୍ରର ଏନଡିଏ ସରକାରରେ ବିଜେପି ସହିତ ଶିବସେନା ଓ ଏନସିପି ସହଯୋଗୀ ଦଳ ଅଛନ୍ତି। ରାଜ୍ୟ ସରକାରରେ ବିଜେପିର ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ଥିବାବେଳେ ଶିବସେନାର ଏକନାଥ ସିନ୍ଦେ ଓ ଏନସିପିର ଅଜିତ ପୱାର ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ପୂର୍ବ ମେଣ୍ଟ ସରକାରରେ ଦେବେନ୍ଦ୍ର ଉପମୁଖ୍ୟମନ୍ତ୍ରୀ ଥିବାବେଳେ ଏବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେହିପରି ଏକନାଥ ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଫଡନବିସଙ୍କ ପାଖରେ ଗୃହ ବିଭାଗ ରହିଛି। ସୋମବାର ଗୃହ ବିଭାଗ ଶିବସେନାର ୨୦ ବିଧାୟକଙ୍କୁ ମିଳୁଥିବା ୱାଇ ପ୍ଲସ ସୁରକ୍ଷାକୁ ହ୍ରାସ କରିଛନ୍ତି। ଏହି ବିଧାୟକମାନେ ପୂର୍ବରୁ ମନ୍ତ୍ରୀ ଥିବାବେଳେ ସେମାନଙ୍କୁ ୱାଇ ପ୍ଲସ୍ ସୁରକ୍ଷା ମିଳୁଥିଲା। ଏବେ ସେମାନଙ୍କ ସୁରକ୍ଷା ହ୍ରାସ କରି ଜଣେ ମାତ୍ର ପୁଲିସ କନଷ୍ଟେବଳଙ୍କୁ ଦିଆଯାଇଛି। କେବଳ ଶିବସେନା ବିଧାୟକ ନୁହନ୍ତି ଶିବସେନାର କେତେକ ନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇଛି। ଶିବସେନା ବିଧାୟକ ଓ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ ପରେ ଦୁଇ ଦଳ ମଧ୍ୟରେ ବିବାଦ ତୀବ୍ର ହୋଇଛି।
ରାଇଗଡ ଓ ନାସିକ ପାଇଁ ଗାର୍ଡିଆନ ମନ୍ତ୍ରୀ ପଦ ବଣ୍ଟନକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ସମାଧାନ ହୋଇପାରି ନଥିବାବେଳେ ଏହା ଏବେ ଅନ୍ୟ କ୍ଷେତ୍ରକୁ ବ୍ୟାପିବାରେ ଲାଗିଛି। କୁମ୍ଭମେଳା ୨୦୨୭ର ପ୍ରସ୍ତୁତି ନିମନ୍ତେ ଗତମାସରେ ମୁଖ୍ୟମନ୍ତ୍ରୀ ଫଡନବିସ ଡାକିଥିବା ବୈଠକକୁ ଉପମୁଖ୍ୟମନ୍ତ୍ରୀ ସିନ୍ଦେ ଆସି ନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସିନ୍ଦେ ଏହି ପ୍ରସଙ୍ଗରେ ଅଲଗା ବୈଠକ କରିଥିଲେ। ସେହିପରି ସିନ୍ଦେ ନିକଟରେ ଉପ-ମୁଖ୍ୟମନ୍ତ୍ରୀଙ୍କ ଡାକ୍ତରୀ ସହାୟତା ସେଲ୍‌ ନାମରେ ଏକ ଅଲଗା ସେଲ୍ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ସେଲ୍‌ ଅନୁରୂପ ଏପରି ସେଲ୍ ଗଠନ କରିବା ଜଣେ ଉପମୁଖ୍ୟମନ୍ତ୍ରୀ କ୍ଷେତ୍ରରେ ପ୍ରଥମ ଘଟଣା। ସିନ୍ଦେ ଏପରି ସେଲ୍ ଗଠନ କରିବା ସହିତ ନିଜର ଜଣେ ସହଯୋଗୀଙ୍କୁ ଏହାର ମୁଖିଆ କରିଛନ୍ତି। ସେହିପରି ସିନ୍ଦେଙ୍କୁ ମହାରାଷ୍ଟ୍ର ବିପର‌୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ କମିଟିରୁ ବାଦ୍‌ ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories