www.samajalive.in
Sunday, December 7, 2025
15.1 C
Bhubaneswar

ଜାଣନ୍ତୁ କେଉଁ ଭିଟାମିନ୍‌ ଅଭାବରୁ ତ୍ୱଚାରେ ହୋଇଥାଏ ବ୍ରଣ ଓ ଦାଗ

ସଫା, ଚମକପ୍ରଦ ଓ ଦାଗହୀନ ତ୍ୱଚା ପାଇଁ ସଭିଁଙ୍କ ଇଚ୍ଛା । ମାତ୍ର ତ୍ୱଚାରେ ବ୍ରଣ ସହ ବିଭିନ୍ନ ଦାଗ ସୃଷ୍ଟି ହେଲେ ଏହା ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥାଏ । ଏଥିପାଇଁ ଯୁବକ ହୁଅନ୍ତୁ ଅଥବା ଯୁବତୀ ବିଭିନ୍ନ କ୍ରିମ୍‌ ବ୍ୟବହାର କରିବା ସହ ଅନ୍ୟାନ୍ୟ ଘରୋଇ ଉପାୟ ମଧ୍ୟ ଆପଣାଇ ଥାନ୍ତି । ମାତ୍ର ତ୍ୱଚାରେ କେଉଁ କାରଣରୁ ବ୍ରଣ ଓ ଦାଗ ସୃଷ୍ଟି ହୁଏ ଜାଣନ୍ତୁ । ଏଭଳି କିଛି ଭିଟାମିନ୍‌ ରହିଛି, ଯାହାର ଅଭାବ ହେବା ଦ୍ୱାରା ତ୍ୱଚାରେ ବ୍ରଣ ଓ ଦାଗ ହୋଇଥାଏ ।

ଶରୀରରେ ଭିଟାମିନ୍‌ ସି ଅଭାବ ହେବା ଦ୍ୱାରା ତ୍ୱଚାରେ ବ୍ରଣ ସୃଷ୍ଟି ହୋଇଥାଏ । ଭିଟାମିନ୍‌ ସିର ସେବନ ଦ୍ୱାରା ତ୍ୱଚା ନରମ, ଉଜ୍ଜ୍ୱଳ ଓ ଦାଗହୀନ ହୋଇଥାଏ । ଶରୀରରେ ଭିଟାମିନ୍‌ ସି ଅଭାବ ପୂରଣ କରିବା ପାଇଁ କମଳା, ଅଁଳା, ମୋସମ୍ବୀ, ଲେମ୍ବୁ ଆଦି ସେବନ କରନ୍ତୁ ।

- Advertisement -

ଭିଟାମିନ୍‌ ଏ ତ୍ୱଚାକୁ ସୁସ୍ଥ ରଖିଥାଏ । ଭିଟାମିନ୍‌ ଏ ଅଭାବ ହେଲେ ମଧ୍ୟ ତ୍ୱଚାରେ ଦାନା ଦାନା ଭଳି ସୃଷ୍ଟି ହେବା ସହ ବ୍ରଣ ହୋଇଥାଏ । ଭିଟାମିନ୍‌ ଏର ଅଭାବ ଦୂର ପାଇଁ ଗାଜର, ବିଟ୍‌, ପାଳଙ୍ଗ ଆଦି ସେବନ କରନ୍ତୁ ।

ସୁସ୍ଥ ତ୍ୱଚା ପାଇଁ ଭିଟାମିନ୍‌ ଡି ମଧ୍ୟ ଜରୁରୀ । ଭିଟାମିନ୍‌ ଡି ଅଭାବ ଦୂର ପାଇଁ କ୍ଷୀର, ମାଛ, ଅଣ୍ଡା, ଛତୁ ଆଦି ନିଜ ଖାଦ୍ୟରେ ସାମିଲ କରନ୍ତୁ ।

୨୭ ଫେବୃଆରୀରେ ଶକ୍ତିଶାଳୀ ଲକ୍ଷ୍ମୀ ନାରାୟଣ ରାଜଯୋଗ : ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବ ବିବାହ, ହେବେ ମାଲାମାଲ୍‌..

ସେହିପରି ଭିଟାମିନ୍‌ ଇ ତ୍ୱଚାକୁ ଦାଗହୀନ ଓ ଚମକ ବୃଦ୍ଧି କରିଥାଏ । ବାଦାମ ସହ ବିଭିନ୍ନ ପ୍ରକାର ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ୱାରା ଭିଟାମିନ୍‌ ଇ ଅଭାବ ଦୂର ହୋଇଥାଏ।

ଭିଟାମିନ୍‌ ବି ମଧ୍ୟ ତ୍ୱଚା ପାଇଁ ଜରୁରୀ। ତେଣୁ ଡାଲି, ଭାତ ଆଦି ଖାଇବା ଦ୍ୱାରା ଭିଟାମିନ୍‌ ବି ଅଭାବ ଦୂର ହୋଇଥାଏ।

ଦେଖନ୍ତୁ ଭିଡିଓ; କେମିତି ହଠାତ୍‌ କ୍ଲିନିକ୍‌ରେ ଆକ୍ରମଣ କରି ଯୁବକଙ୍କୁ କ୍ଷତାକ୍ତ କଲା କୁୁକୁର.. 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories