www.samajalive.in
Sunday, December 7, 2025
14.1 C
Bhubaneswar

ଏଏସଓଙ୍କୁ ମାଡ଼ ଘଟଣା, ନ୍ୟାୟ ପାଇଁ ସମୁଦ୍ରକୂଳ ଥାନା ଦ୍ବାରସ୍ଥ ହେଲେ

ସମାଜ ଡିଜିଟାଲ ଡେସ୍କ: ପୁରୀ ରାଜଭବନରେ ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମରାଯିବା ଘଟଣାରେ ନ୍ୟାୟ ପାଇଁ ସମୁଦ୍ରକୂଳ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତ। ପୀଡ଼ିତ ଏଏସଓ ଏବଂ ତାଙ୍କ ସ୍ତ୍ରୀ ସାୟୋଜାଙ୍କ ସମେତ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତାମାନେ ବୁଧବାର ଥାନାରେ ପହଞ୍ଚି ନ୍ୟାୟ ଦାବି କରିଛନ୍ତି। ଗତ ଜୁଲାଇ ମାସରେ ଏଏସଓଙ୍କୁ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ମାଡ଼ ମାରି ଲହୁଲୁହାଣ କରିଥିଲେ। ଏ ନେଇ ଏଏସଓ ଜଣକ ସେହିମାସ ୧୧ ତାରିଖରେ ସମୁଦ୍ରକୂଳ ଥାନାରେ ଏତଲା ଦେଇଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ବିରୋଧୀମାନେ ମଧ୍ୟ ଏହି ପ୍ରସଙ୍ଗରେ ଶାସକ ବିଜେପିକୁ ଘେରିଥିଲେ। ତେବେ ଘଟଣାକୁ ୭ମାସ ବିତିଯାଇଥିଲେ ମଧ୍ୟ ପୁଲିସ ଏତଲା ଆଧାରରେ ଷ୍ଟେସନ ଡାଏରୀ କରି ନ ଥିବା ଏଏସଓ ଓ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories