www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରେମିକ ସହ ମିଶି ସ୍ବାମୀକୁ ତଣ୍ଟି ଚିପି ହତ୍ୟା କଲା ପତ୍ନୀ

ମିରଟ : ଉତ୍ତର ପ୍ରଦେଶର ମିରଟରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ପ୍ରେମିକ ସହ ମିଶି ନିଜ ପତିଙ୍କୁ ହତ୍ୟା କରି ଗିରଫ ହୋଇଛନ୍ତି ମହିଳା । ତେବେ ଯୁବକଙ୍କ ମୃତ୍ୟୁକୁ ଭିନ୍ନ ଢଙ୍ଗରେ ଦର୍ଶାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି ମହିଳା ଓ ତାଙ୍କ ପ୍ରେମିକ ।

ଘଟଣାଟି କିଛି ଏମିତି । ମହିଳା ନିଜ ପ୍ରେମିକ ସହ ମିଶି ସ୍ବାମୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ । ଏହା ପରେ ତାଙ୍କ ମୃତଦେହ ପାଖରେ ଏକ ସାପ ଛାଡିଦେଇଥିଲେ । ସାପଟି ତାଙ୍କୁ କାମୁଡିଥିଲା । ସକାଳକୁ ପରିବାରଲୋକେ ପୁଅର ମୃତଦେହ ଦେଖିବା ପରେ ସାପ କାମୁଡା ଚିହ୍ନ ଦେଖିଥିଲେ । ସମସ୍ତେ ସାପ କାମୁଡାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରିଥିଲେ । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁ ଅନେକ ସମୟ ପୂର୍ବରୁ ହୋଇଥିବାବେଳେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଥିଲା ।

- Advertisement -

ଏମିତି ରିପୋର୍ଟ ପରେ ପରିବାରଲୋକଙ୍କ ସନ୍ଦେହ ହୋଇଥିଲା । ପୁଲିସ ପଚରାଉଚରା ପରେ ମହିଳା ଜଣକ ସତ ମାନିଯାଇଥିଲେ । ଉଭୟ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ପୁଲିସ ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories