www.samajalive.in
Thursday, December 11, 2025
23.1 C
Bhubaneswar

ସାହିକୁ ନାହିଁ ରାସ୍ତା, ଖଟିଆରେ ବୁହାହେଲେ ରୋଗୀ

ପାଟଣା : ପଞ୍ଚାୟତରେ ଉନ୍ନୟନ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ମନରେଗା ଯୋଜନାରେ ପାଟଣା ବ୍ଲକରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି ତଥାପି ଗ୍ରାମାଞ୍ଚଳରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏପରିକି କେତେକ ସାହିକୁ ଆଜି ପର୍ଯ୍ୟନ୍ତ ମାଟି ରାସ୍ତା ଖଣ୍ଡିଏ ମଧ୍ୟ ସମ୍ଭବ ହୋଇ ନାହିଁ। ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ପିଛୁଳାବେଡା ଗ୍ରାମର ନାର୍ଦନବେଡା ଓ ଭାଲୁପାହାଡ଼ି ସାହିକୁ ରାସ୍ତା ନଥିବାରୁ ବାଧ୍ୟ ହୋଇ ଆଜି ଜଣେ ଗୁରୁତର ରୋଗୀଙ୍କୁ ୨ କିଲୋମିଟର ଯାଏ ଖଟିଆରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ସାହିବାସୀଙ୍କ ସହଯୋଗରେ ବୋହିବା ପରେ ୧୦୮ ରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି। ଭାଲୁପାହାଡ଼ି ସାହିର ରମେଶ ମୁଣ୍ଡା(୫୦)ପେଟ ଓ ଛାତି ଯନ୍ତ୍ରଣାରେ ଗୁରୁତର ହୋଇ ପଡିବାରୁ ୧୦୮ କୁ ଖବର ଦିଆ ଯାଇଥିଲା। ତେବେ ୧୦୮ ଆମ୍ବୁଲାନ୍ସ ଚାଳକ ମନମୋହନ ଦାସ ତତ୍କାଳ ସେହି ଗ୍ରାମର ବିଦ୍ୟାଳୟ ନିକଟ ପର୍ଯ୍ୟନ୍ତ ଯିବାପରେ ରୋଗୀଙ୍କ ଘରକୁ ୧୦୮ ନେଇ ପାରିନଥିଲେ। ବାଧ୍ୟହୋଇ ସାହି ଲୋକଙ୍କ ସହଯୋଗରେ ଗୁରୁତର ରମେଶକୁ ଖଟିଆରେ ବୋହି ୧୦୮ ଯାଏ ଆଣିଥିଲେ। ଗୁରୁତର ରମେଶ ଏବେ ଚିକିତ୍ସାଧୀନ ଅଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories