www.samajalive.in
Sunday, December 14, 2025
14.1 C
Bhubaneswar

ମାତ୍ର ୧୦ ସେକେଣ୍ଡରେ ଥଣ୍ଡା କରିଦେବ ଏହି ଏସି, ଜାଣନ୍ତୁ ଦାମ୍ ଓ ଫିଚର୍

ନୂଆଦିଲ୍ଲୀ : ହାୟର ନିଜ ନୂଆ ଗ୍ରାଭିଟି ସିରିଜ୍ ଏୟାର କଣ୍ଡିସନର ଲଞ୍ଚ୍ କରିଦେଇଛି । ଏହି ସିରିଜ୍ ଖାସ୍ କରି ସ୍ମାର୍ଟ ଷ୍ଟାଇଲିଂ ଟେକ୍ନୋଲୋଜି ଚାହୁଁଥିବା ଗ୍ରାହକଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି । ଏଥିରେ କୃତ୍ରିମ ବୁଦ୍ଧିମତା ଦ୍ବାରା ଶୀତତାପ ନିୟନ୍ତ୍ରଣ ଫିଚର ରହିଛି । ଏହାକୁ ଭାରତର ପ୍ରଥମ କୃତ୍ରିମ ବୁଦ୍ଧିମତା ବିଶିଷ୍ଟ ଏସି କୁହାଯାଉଛି ।

ଗ୍ରାଭିଟି ସିରିଜର ଏସିରେ ଏଆଇ କ୍ଲାଇମେଟ୍ ଆସିଷ୍ଟାଣ୍ଟ ନାମକ ଏକ ଖାସ୍ ଟେକ୍ନୋଲୋଜି ଦିଆଯାଇଛି ଯାହା ୟୁଜରଙ୍କ ମନ ଅନୁସାରେ ରୁମ ତାପମାତ୍ରାକୁ ନିୟନ୍ତ୍ରଣ କରିବ । ଏହା ବାହାର ତାପମାତ୍ରା ଏବଂ କୋଠରୀ ତାପମାତ୍ରାକୁ ନୀରିକ୍ଷଣ କରି ତଦନୁସାରେ ଥଣ୍ଡା କରିଥାଏ । ଯାହା ଫଳରେ ବାରମ୍ବାର ରିମୋଟ ଧରି ଆଡଜଷ୍ଟ କରିବା ଆବଶ୍ୟକ ପଡେନାହିଁ । ଏହା ସହିତ ଏଥିରେ ବିଜୁଳି ଖର୍ଚ୍ଚ ନେଇ ମଧ୍ୟ ସୂଚନା ମିଳିଥାଏ ।

- Advertisement -

ଗ୍ରାଭିଟି ସିରିଜର ସୁପରସୋନିକ୍ କୁଲିଂ ଫିଚର ମାତ୍ର ୧୦ ସେକେଣ୍ଡରେ କୋଠରୀକୁ ଥଣ୍ଡା କରିଦିଏ । ଏହା ଅନ୍ୟ ସାଧାରଣ ଏସି ତୁଳନାରେ ୨୦ ଗୁଣା ଅଧିକ ବେଗରେ କାମ କରିଥାଏ । ତାପମାତ୍ରା ଥଣ୍ଡା ହେବା ପରେ ଏହା ଏନର୍ଜି ସେଭିଂ ମୋଡକୁ ଚାଲିଯାଏ । ଏଥିରେ ସେଲ୍ଫ କ୍ଲିନ୍ ଟେକ୍ନୋଲୋଜି ଥିବା ଯୋଗୁଁ ୯୯.୯% ବିଶୁଦ୍ଧ ପବନ ଦେଇଥାଏ । ଏଥିରେ ୭ଟି ଅଲଗା ଅଲଗା କୁଲିଂ ମୋଡ୍ ରହିଛି । ଏହା ୬୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ମଧ୍ୟ ଉତ୍ତମ କାମ କରିପାରିବ । ଏହାର ଦାମ୍ ୫୧,୯୯୦ ଟଙ୍କାରୁ ଆରମ୍ଭ ହେଉଛି । ଗ୍ରାହକ ଏହାକୁ Haierର ଓ୍ବେବସାଇଟ୍ ଓ ଇ-କମର୍ସ ପ୍ଲାଟଫର୍ମ ଓ ରିଟେଲ ଷ୍ଟୋରରୁ କ୍ରୟ କରିପାରିବେ ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories